ରାଉରକେଲା : ପହଲଗାମ ଆତଙ୍କୀ ଆକ୍ରମଣ ପରେ ଷ୍ଟେସନ୍ ସୁରକ୍ଷା ବ୍ୟବସ୍ଥା କଡାକଡି।। କାମ କରୁନାହିଁ ଦୁଇ ପ୍ରବେଶ ପଥର ଲଗେଜ୍ ସ୍କାନର୍
ରାଉରକେଲା: ୨୯/୬(ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନ ପ୍ରବେଶ ପଥରେ କାମ କରୁନାହିଁ ଲଗେଜ୍ ସ୍କାନର। ଫଳରେ ରେଳ ସୁରକ୍ଷା ବଳଙ୍କୁ ମାନୁଆଲ
ସ୍କାନର କିମ୍ବା ମେଟାଲ୍ ଡିଟେକ୍ଟର ସାହାଯ୍ୟରେ ଲଗେଜ୍ ଯାଞ୍ଚ କରିବାକୁ ପଡୁଛି।
ପହଲଗାମ୍ ରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ରେଳ ପ୍ରଶାସନ ପକ୍ଷରୁ ଷ୍ଟେସନ୍ ରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରା ଯାଇଛି। ବିଭିନ୍ନ ଷ୍ଟେସନ୍ ରେ
ଆର୍ ପି ଏଫ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଆଦି କରା ଯାଉଥିବା ବେଳେ ରାଉରକେଲା ରେଳ ଷ୍ଟେସନରେ ମଧ୍ୟ ରେଳ ସୁରକ୍ଷା ବଳ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି କରା ଯାଇଛି। ମାତ୍ର ଲଗେଜ୍ ସ୍କାନର୍ ସୁରକ୍ଷା ବ୍ୟବସ୍ଥାର ଏକ ମହତ୍ତ୍ଵପୂର୍ଣ୍ଣ ଯନ୍ତ୍ର ହୋଇ ଥିବାରୁ ଏହାକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଗଲେ ଯାଞ୍ଚ ପ୍ରକ୍ରିୟା ସଠିକ୍ ଭାବେ ହେବ ବୋଲି ମତ ପ୍ରକାଶ ପାଉଛି। ଏହାଛଡା ୬ ନମ୍ବର ପ୍ଲାଟଫର୍ମ ପଟେ ଥିବା ଦୂତୀୟ ପ୍ରବେଶ ପଥରେ ସେମିତି କୌଣସି ସୁରକ୍ଷା ବ୍ୟବସ୍ଥା ପରିଲକ୍ଷିତ ହେଉନାହିଁ। ପୂର୍ବରୁ ଥିବା ଲଗେଜ୍ ସ୍କାନର୍ ଖରାପ ହୋଇ ପଡିଛି। କୌଣସି ଯାଞ୍ଚ ବ୍ୟବସ୍ଥା ନାହିଁ। ଦୂତୀୟ ପ୍ରବେଶ ପଥ ନିକଟରେ ମଧୁସୂଦନ ପାଲି , ଗୋପବନ୍ଧୁ ପାଲି , ଟିମ୍ବର୍ କଲୋନୀ ଆଦି ବସ୍ତି ଏରିଆ ଥିବାରୁ ଏଠାରେ ଅଧିକ ସୁରକ୍ଷା ବ୍ୟବସ୍ଥା ର ଆବଶ୍ୟକତା ରହିଛି।
ରାଉରକେଲା ରେଳ ଷ୍ଟେସନ୍ ରେ ପ୍ରତିଦିନ ଶହଶହ ଯାତ୍ରୀ ଯିବା ଆସିବା କରି ଥାଆନ୍ତି। ରାଉରକେଲା ଦେଇ ମୁମ୍ବାଇ – ହାୱଡା ରେଳ ମାର୍ଗ ଯାଇଥିବାରୁ ଦକ୍ଷିଣ ପୂର୍ବ ରେଳପଥର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍। ତେଣୁ ଏହି ଷ୍ଟେସନ୍ ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ବିଭିନ୍ନ ସ୍ତରରେ ମତ ପ୍ରକାଶ ପାଇଛି।