ରାଉରକେଲା : ଜଗଦାରେ ଖାଦାନ ପାଣିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର।। ମୃତକ ୩୫ ବର୍ଷୀୟ ଗୀତା ବଡାଇକ।। ପୋଲିସ୍ ତଦନ୍ତ ଜାରି।

0 300

ରାଉରକେଲା :୨୯/୪(ସତ୍ୟାନ୍ୟୁଜ୍) ରାଉରକେଲା ଝିରିପାଣି ଥାନା ଅନ୍ତର୍ଗତ ଜଗଦା ନୀଳଶୈଳ କଲେଜ ନିକଟରେ ଥିବା ଏକ ଖଦାନ ରୁ ଆଜି ସକାଳେ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ମହିଳା ଜଣକ ଦଳପୋଷ ଅଞ୍ଚଳର ଗୀତା ବଡାଇକ୍ ବୋଲି ଜଣା ପଡିଛି। କେଉଁ ପରୀପ୍ରେକ୍ଷୀରେ ତାଙ୍କର ମୃତ୍ୟୁ ହେଲା ତା ଜଣା ପଡ଼ିନାହିଁ। ଗାଧୋଉଥିବା ବେଳେ ଗୋଡ ଖସି ଯିବାରୁ ତାଙ୍କ ମୃତ୍ୟୁ ହୋଇଥିବା କେତେକ କହୁଥିବା ବେଳେ ଅନ୍ୟ କେତେକ ଲୋକ ତାଙ୍କ ମୃତ୍ୟୁରେ ସନ୍ଦେହ ପ୍ରକାଶ କରିଛନ୍ତି। ଗୀତାଙ୍କ ସ୍ବାମୀ ଅଟୋ ଚଳାଉ ଥିବା ବେଳେ ତାଙ୍କର ଏକ ୧୦ ବର୍ଷର ପୁଅ ଅଛି। ତେବେ କେଉଁ ପରୀପ୍ରେକ୍ଷୀରେ ଗୀତା ଙ୍କ ମୃତ୍ୟୁ ହେଲା ପୋଲିସ୍ ତାର ତଦନ୍ତ କରୁଛି। ଏ ବାବଦରେ ଝିରିପାଣି ଥାନାରେ ଏକ ଅପମୃତ୍ୟୁ ମାମଲା ରଜ୍ଜୁ ହୋଇଛି।

Leave A Reply

Your email address will not be published.