ବଣାଇ : ମିଳୁ ନାହିଁ ବାଲି।। ନିର୍ମାଣ କାମ ପ୍ରଭାବିତ।। ସମସ୍ୟା ସମାଧାନ ନହେବାରୁ ସ୍ଥାନୀୟ ଲୋକ କଲେ ରାସ୍ତା ଅବରୋଧ।

0 543

ବଣାଇ : ୨୫/୪( ସତ୍ୟାନ୍ୟୁଜ) ମିଳୁ ନାହିଁ ବାଲି। ଲୋକମାନେ ଘର କରିବାକୁ କିମ୍ବା କୌଣସି ନିର୍ମାଣ କାମ କରିବାକୁ ହଇରାଣ ହେଉଛନ୍ତି। ରାଉରକେଲା ସମେତ କେତେକ ସ୍ଥାନରେ ଉଭୟ ସରକାରୀ ଏବଂ ବେସରକାରୀ ନିର୍ମାଣ କାମ ବନ୍ଦ ହୋଇ ଗଲାଣି । ସୁନ୍ଦର ଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅଞ୍ଚଳରେ ବାଲି ମିଳୁ ନଥିବାରୁ ବିଭିନ୍ନ ନିର୍ମାଣ କାମ ପ୍ରଭାବିତ ହୋଇଛି। ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲ ପର୍ଯ୍ୟନ୍ତ ଲେଖି ଜଣାଇ ଥିବା ବେଳେ ସମାଧାନର କୌଣସି ସୂତ୍ର ବାହାରି ପାରି ନାହିଁ। ପ୍ରଶାସନ ସମସ୍ୟାର ସମାଧାନ କରୁ ନଥିବାରୁ ଆଜି ଭାଲୁଡୁଙ୍ଗୁରି ପଞ୍ଚାୟତ ବାସି ପଞ୍ଚାୟତ କାର୍ଯ୍ୟାଳୟ ନିକଟ ନରେନ୍ଦ୍ର-ଗୁରୁଣ୍ଡିଆ ରାସ୍ତା ଅବରୋଧ କରି ଥିଲେ। ଏହି ଅଞ୍ଚଳରେ ଦୁଇଟି ବାଲି ଘାଟ ଥିବା ବେଳେ କିଛି ବାଲି ମାଫିଆ ଚୋରାରେ ବାଲି ଉଠାଇ ଅଧିକ ରେଟ୍ ରେ ବିକ୍ରି କରୁ ଥିବା ଅଭିଯୋଗ ହେଉଛି। ଫଳରେ ବାଲି ଦର ଅଧିକ ରହୁଛି। ଗରିବ ଲୋକଟିଏ ଘର କରିବାକୁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛି।

Leave A Reply

Your email address will not be published.