ରାଉରକେଲା : ଢାବା ମାଲିକଙ୍କୁ ଗୁଳି କରି ଟଙ୍କା ଲୁଟି ନେଲେ ଡକାୟତ।। ପୋଲିସ୍ ଏନକାଉଣ୍ଟରରେ ଦୁଇ ଡକାୟତ ଆହତ।।

0 739

ରାଉରକେଲା:୨୫/୪(ସତ୍ୟାନ୍ୟୁଜ)
ରାଉରକେଲାରେ ପୁଣି ଫୁଟିଲା ଗୁଳି। ଡକାୟତ ମାନେ ଢାବା ମାଲିକଙ୍କୁ ଗୁଳି କରି ଟଙ୍କା ନେଇ ଫେରାର ହେଇ ଯାଉଥିବା ବେଳେ ପୋଲିସ୍ ଗୁଳିରେ ଦୁଇ ଜଣ ଡକାୟତ ଆହତ ହୋଇଛନ୍ତି। ଆହତ ଢାବା ମାଲିକଙ୍କୁ ଜେ ପି ହସ୍ପିଟାଲ୍ ସ୍ଥାନାନ୍ତର କରା ଯାଇଥିବା ବେଳେ ଡକାୟତ ମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। ରାଉରକେଲା ଏସପି ନୀତେଶ
ୱାଧୱାନି ଏବଂ ଅନ୍ୟ ପୋଲିସ୍ ଅଧିକାରୀ ଆର୍ ଜି ଏଚ୍ ଆସି ତଦନ୍ତ କରୁଛନ୍ତି।
ଗତ କାଲି ରାତି ପ୍ରାୟ ୧୧ଟା ବେଳେ ୭ ରୁ ୮ ଜଣ ଡକାୟତ ବିଶ୍ରା ଥାନା ଅନ୍ତର୍ଗତ ସାରୁବାହାଲ ଡୁଗ୍ରୁ ଢାବାରେ ପହଞ୍ଚି ଥିଲେ। ସମସ୍ତଙ୍କ ହାତରେ ବନ୍ଧୁକ ଏବଂ ଛୁରୀ ଭଳି ମାରଣାସ୍ତ୍ର ଥିଲା। ବନ୍ଧୁକ ଦେଖାଇ ଢାବା ମାଲିକଙ୍କୁ ଟଙ୍କା ଦେବାକୁ
ଧମକାଇ ଥିଲେ ଦୁବୃର୍ତ୍ତ ମାନେ। ହୋଟେଲ ମାଲିକ ବିରୋଧ କରିବାରୁ ଡକାୟତ ମାନେ ତାଙ୍କୁ ଗୁଳି କରି ୨୦ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଗୋଟିଏ ବାଇକ୍ ରେ ୪ ଡକାୟତ ପଳାଉଥିବା ଖବର ପାଇ ବିଶ୍ରା ପୋଲିସ୍ ସେମାନଙ୍କ ପିଛା କରିଥିଲେ। ପୋଲିସକୁ ଦେଖି ଡକାୟତ ମାନେ ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚାଳନା କରିଥିଲା। ଦୁଇ ଡକାୟତ ବାଣେଶ୍ୱର୍ ସିଂ ଏବଂ ଶିବ ନାଥ ସିଂହ ପୋଲିସ୍ ଗୁଳିରେ ଆହତ ହୋଇଥିବା ବେଳେ ଜଣେ ଡକାୟତ କୁ ପୋଲିସ୍ ଗିରଫ କରିଛି। ଅନ୍ୟ ଜଣେ ଡକାୟତ ବାଇକ୍ ନେଇ ଫେରାର ହୋଇ ଯାଇଛି। ଅନ୍ୟ ଡକାୟତ ମାନଙ୍କୁ ଧରିବାକୁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

Leave A Reply

Your email address will not be published.