ରାଉରକେଲା : ବିଜୁ ଏକ୍ସପ୍ରେସୱେ ରେ ସ୍କୁଟିକୁ ଧକ୍କା ଦେଲା ହାଇଭା।। ଦୁର୍ଘଟଣାରେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ।

0 4,637

ରାଉରକେଲା:୨୪/୪(ସତ୍ୟାନ୍ୟୂଜ) ଶିକ୍ଷୟତ୍ରୀ ଜଣକ ସ୍କୁଟିରେ ସ୍କୁଲ ରୁ ଘରକୁ ଫେରୁଥିଲେ। ମୁଣ୍ଡରେ ହେଲମେଟ୍ ମଧ୍ୟ ପିନ୍ଧିଥିଲେ। କିଛି ସମୟ ପରେ ଘରେ ପହଞ୍ଚି ଥାନ୍ତେ। ମାତ୍ର ରାଜପଥରେ ଟ୍ରକ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇ ଗଲା। କଲୁଙ୍ଗା ଝାଡ଼ତରଙ୍ଗ ରେ ଥିବା ସେଣ୍ଟ ଅର୍ଣୋଲ୍ଡ ସ୍କୁଲରୁ କାମ ସାରି ଶିକ୍ଷୟତ୍ରୀ ଅଞ୍ଜଳି ପ୍ରସାଦ ଯାଉଥିଲେ ନିଜ ଘର
କାଂଶବାହଲ। ଏତିକି ବେଳେ ବିଜୁ ଏକ୍ସପ୍ରେସୱେ ରେ ବେଲଡିହି ରେ ଥିବା ମହେନ୍ଦ୍ର ଶୋରୁମ୍ ନିକଟରେ ଏକ ହାଇଭା ଟ୍ରକ୍ ଧକ୍କା ଦେଇଥିଲା ତାଙ୍କ ସ୍କୁଟିକୁ। ଟ୍ରକ୍ ଟି ସ୍କୁଟିକୁ ରାସ୍ତା ଉପରେ ବହୁ ଦୂର ଘୋଷାଡି ନେଇ ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଶିକ୍ଷୟତ୍ରୀ ଅଞ୍ଜଳି ପ୍ରସାଦଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର ଖବର ପାଇ ରାଉରକେଲା ସରକାରୀ ହସ୍ପିଟାଲ୍ ରେ ଅଞ୍ଜଳି ଙ୍କ ସ୍ବାମୀ , ପୁଅଙ୍କ ସହ ସ୍କୁଲ ଛାତ୍ରଛାତ୍ରୀ ଶିକ୍ଷକ , ଶିକ୍ଷୟତ୍ରୀ ମାନେ ପହଞ୍ଚି ଥିଲେ। ସେଠାରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜୁ ଏକ୍ସପ୍ରେସୱେ ରେ ଯାନ ବାହାନ ଚଳାଚଳ ରେ ଡ଼୍ରାଇଭରଙ୍କ ବେପରୱା ମନୋଭାବ ଯୋଗୁଁ ଦୁର୍ଘଟଣା ହେଉଥିବା ଲୋକମାନେ ଅଭିଯୋଗ କରିଥିଲେ। ରାଜପଥରେ ଯାନ ବାହାନର ବେଗ ନିୟନ୍ତ୍ରଣ କରିବାକୁ ପରିବହନ ବିଭାଗ ପଦକ୍ଷେପ ନେବାକୁ ଦାବି ହୋଇଥିଲା।

Leave A Reply

Your email address will not be published.