ବଣାଇ : ବାଇକ୍ ଡିକି ଭାଙ୍ଗି ୩ ଲକ୍ଷ ୫୦ ହଜାର ଲୁଟ୍।। ପୁଅ ବାହାଘର ପାଇଁ ବ୍ୟାଙ୍କ୍ ରୁ ଟଙ୍କା ଉଠାଇଥିଲେ ବାପା।

0 1,069

ବଣାଇ : ୨୪/୪(ସତ୍ୟାନ୍ୟୁଜ୍) ପୁଅ ବାହାଘର ପାଇଁ ବ୍ୟାଙ୍କ ରୁ ଟଙ୍କା ଉଠାଇ ବାଇକ୍ ଡିକି ରେ ରଖିଥିଲେ। ଆଖି ପିଛୁଳାକେ ଡିକି ଭାଙ୍ଗି ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣାଇ ରେ। ପୂର୍ତ୍ତି ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଟେକ ସୁନ୍ଦର ପ୍ରଧାନ ନିଜ ଗ୍ରାମ ଦେବଗଡ଼ରୁ ସାନ ପୁଅ ବାହାଘର ପାଇଁ କିଛି ଜିନିଷ କିଣିବା ଲାଗି ବଣାଇ ଆସିଥିଲେ। ବଣାଇ ଷ୍ଟେଟ ବ୍ୟାଙ୍କରୁ ଚାରି ଲକ୍ଷ ଟଙ୍କା ଉଠାଇବା ପରେ ନିଜ ପକେଟରେ ପଚାଶ ହଜାର ରଖି ବାକି ଟଙ୍କା ବାଇକ ଡିକିରେ ରଖି ୧୦୦ ମିଟର ଦୂରରେ ଥିବା ଦୋକାନ ଆସିଥିଲେ। ଏକ ଆପାଚି ବାଇକ ରେ ଦୁଇ ଜଣ ଯୁବକ ତାଙ୍କୁ ବ୍ୟାଙ୍କ୍ ପାଖରୁ ପଛା କରି ଆସି ଡିକି ଭାଙ୍ଗି ତିନି ଲକ୍ଷ ପଚାଶ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଛନ୍ତି । ବଣାଇ ପୋଲିସକୁ ଏ ବାବଦରେ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.