ଭଦ୍ରକ : ୨୪/୪(ସତ୍ୟା ନ୍ୟୁଜ)
ଲିଫ୍ଟରେ ଚାପି ହୋଇ ମହିଳା ରୋଗୀ ଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲ ରେ। ମୃତ ମହିଳା ହେଲେ ରାନ୍ଦୀଆ ପଞ୍ଚାୟତ ନରସିଂହପୁର ଗ୍ରାମର ମିନତୀ ପରିଡା। ସେ ଶ୍ୱାସ ଓ ଥାଇରଏଡ଼ ରୋଗ ଆକ୍ରାନ୍ତ ହୋଇ ଥିବାରୁ ଆଜି ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ଆଉଟଡୋର ରେ ଥିବା ଡାକ୍ତର ତାଙ୍କୁ ଆଡମିସନ କରିଥିଲେ। ମହିଳା ଜଣଙ୍କୁ ଫିମେଲ୍ ମେଡ଼ିସିନ ୱାର୍ଡ କୁ ଲିଫ୍ଟ ରେ ନିଆ ଯାଉଥିବା ବେଳେ ହଟାତ ଲିଫ୍ଟ ଡୋର ରେ ମହିଳା ଜଣଙ୍କ ଚାପି ହୋଇ ଯାଇଥିଲେ। ସୌଭାଗ୍ୟ ବଶତଃ ତାଙ୍କ ପିଲା ଦୁଇ ଜଣ ଦୌଡ଼ି ପଳାଇ ଆସି ବଞ୍ଚି ଯାଇ ଥିଲେ। ମହିଳା ଙ୍କ ମୃତ୍ୟୁ କୁ ନେଇ ଡାକ୍ତରଖାନା ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
କର୍ତ୍ତୃପକ୍ଷ ଙ୍କ ଅବହେଳା ପାଇଁ ଯାହା ସରକାର ଙ୍କ ସହାୟତା ବ୍ୟବସ୍ଥା ରହିଛି ତାହା ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ସେହିପରି ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କଟର ମେସିନ ସାହାଯ୍ୟରେ ମୃତ ଦେହ ବାହାର କାଇବାକୁ ଉଦ୍ୟମ କରୁଛନ୍ତି। ଘଟଣା ସ୍ଥଳରେ ଉପଜିଲ୍ଲାପାଳ, ତହସିଲଦାର ଙ୍କ ସହ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି। କେଉଁ ପରୀପ୍ରେକ୍ଷୀରେ ଏହି ଦୁର୍ଘଟଣା ଘଟିଲା ତାର ତଦନ୍ତ ଚାଲିଛି।