ସୁନ୍ଦରଗଡ଼ : ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ।। ଅପରାଧରେ ବ୍ୟବହୃତ ବୋଲେରୋ ଗାଡ଼ି ଜବତ।

0 1,045

ସୁନ୍ଦରଗଡ଼ : ୨୩/୪(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ତଳସରା ଥାନା ଅଞ୍ଚଳ ରେ ସୋମବାର ଦିନ ଘଟିଥିବା ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସମସ୍ତ ଉଁଅଭିଯୁକ୍ତ ତଳସରା ଥାନା ଅଞ୍ଚଳର । ତାଙ୍କ ନିକଟରୁ ଅପରାଧରେ ବ୍ୟବହୃତ ବୋଲେରୋ ଗାଡ଼ି ଜବତ କରାଯାଇଛି। ବର୍ବରତାର ସମସ୍ତ ସୀମା ଟପି ଯାଇଥିଲେ ଏହି ଦୁର୍ବୃତ୍ତ ମାନେ। ଫିଲ୍ମ ଷ୍ଟାଇଲ୍ ରେ ଗୋଡେଇ ଗୋଡେଇ ନାବାଳିକାକୁ ଜଙ୍ଗଲ ଭିତରକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ ୩ ଅଭିଯୁକ୍ତ। ୨ ଜଣ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ୩୦ ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଛି।
ସୋମବାର ରାତିରେ ନାବାଳିକା ଜଣକ ତାର ୪ ଜଣ ସାଙ୍ଗଙ୍କ ସହ ବାଇକ୍ ରେ ଏକ ବିବାହ ଭୋଜିରୁ ଫେରିବା ବେଳେ ଏକ ବୋଲେରୋ ଗାଡ଼ିରେ ଥିବା ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଗୋଡାଇ ଥିଲେ। ଭୟରେ ଜଙ୍ଗଲ ରାସ୍ତାରେ ୪ଜଣ ବାଇକ୍ ରୁ ପଡ଼ି ଯାଇଥିଲେ। ଏହାର ସୁଯୋଗ ନେଇ ଯୁବକ ମାନେ ନାବାଳିକାକୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ତଳସରା ଥାନାରେ ଏ ବାବଦରେ ଏକ ମାମଲା ରଜ୍ଜୁ ହେବା ପରେ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.