ରାଉରକେଲା : ଚାରି ଦିନ ପରେ ମୃତକ ଏତୋ ଏକ୍କାଙ୍କ ହେଲା ପୋଷ୍ଟ ମର୍ଟମ୍।। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏତୋ ଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି।
ରାଉରକେଲା: ୨୨/୪(ସତ୍ୟାନ୍ୟୁଜ) ଚାରି ଦିନ ପରେ ଆଜି ବରକାନି ଠାରେ ଜେସିବି ଚାପା ରେ ମୃତ୍ୟୁ ବରଣ କରିଥିବା ଏତୋ ଏକ୍କା ଙ୍କ ଶବ ପୋଷ୍ଟମର୍ଟମ୍ ହୋଇ ଯାଇଛି। ପୋଷ୍ଟମର୍ଟମ୍ ପରେ ଏତୋ ଙ୍କ ମୃତ ଦେହ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆଜି ରାଉରକେଲାରେ ପହଞ୍ଚିବା ପରେ ରାଉରକେଲା ସରକାରୀ ହସ୍ପିଟାଲ୍ ରେ ଏତୋଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସକାଳେ ଷ୍ଟେସନରେ ଜୁଏଲଙ୍କୁ ବରକାନି ଗ୍ରାମବାସୀ ଏବଂ ବିସ୍ଥାପିତ ମାନେ ସାକ୍ଷାତ କରିଥିଲେ। ଏତୋ ଏକ୍କା ଙ୍କ ପରିବାରକୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତିକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଗ୍ରାମବାସୀ ଅନୁରୋଧ କରିଥିଲେ। ଜୁଏଲ ଏବାବଦରେ ଆରଏସପି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ।
ଶନିବାର ଦିନ ଡୁମେର୍ତ୍ତା ବରକାନି ଠାରେ ଇସ୍ପାତ କାରଖାନା କୁ ରେଳ ଲାଇନ୍ କାମ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଥିଲେ। ଏହି ସମୟରେ ସେଠାରେ କାମ ପାଇଁ ନିୟୋଜିତ ଜେସିବି ମାଡ଼ି ଯିବାରୁ ଏତୋ ଏକ୍କା ଙ୍କ ମୃତ୍ୟୁ ହୋଇଥିଲା।