ସୁନ୍ଦରଗଡ଼ : ଫିଲ୍ମ ଷ୍ଟାଇଲ୍ ବୋଲେରୋ ଗାଡ଼ିରେ ଗୋଡ଼ାଇ ଗୋଡ଼ାଇ ନାବାଳିକାକୁ ଜଙ୍ଗଲକୁ ଟେକି ନେଲେ ଦୁର୍ବୃତ୍ତ।। ଗଣ ଦୁଷ୍କର୍ମ ଅଭିଯୋଗ।। ୩ ଗିରଫ।
ସୁନ୍ଦରଗଡ଼ : ୨୨/୪(ସତ୍ୟାନ୍ୟୁଜ) ବର୍ବରତା ର ସମସ୍ତ ସୀମା ଟପି ଗଲେ ଯୁବକ ମାନେ। ଫିଲ୍ମ ଷ୍ଟାଇଲ୍ ରେ ଗୋଡେଇ ଗୋଡେଇ ନାବାଳିକା କୁ ଟେକି ନେଲେ ଜଙ୍ଗଲ ଭିତରକୁ। ତା ପୁଣି ନାବାଳିକାଙ୍କ ୪ ଜଣ ସମ୍ପର୍କୀୟଙ୍କ ସମ୍ମୁଖରୁ। ପରେ ଜଙ୍ଗଲରେ ୩ ଜଣ ଯୁବକଙ୍କ ଗଣ ଦୁଷ୍କର୍ମର ଶିକାର ହେଲେ ନାବାଳିକା ଜଣକ। ଭୟରେ ନାବାଳିକାଙ୍କ ସାଙ୍ଗରେ ଥିବା ଜଣେ ଝିଅ ଏବଂ ୩ ଜଣ ପୁଅ ସେଠାରୁ ଦୌଡ଼ି ପଳେଇ ଗ୍ରାମବାସୀଙ୍କୁ ଖବର ଦେଲେ। ଏପଟେ ଦୁର୍ବୃତ୍ତ ମାନେ ଦୁଷ୍କର୍ମ କରି ସାରିବା ପରେ ନାବାଳିକାକୁ ରାସ୍ତାରେ ଛାଡ଼ି ଫେରାର ହୋଇଗଲେ। ମାମଲା ରଜ୍ଜୁ ପରେ ପୋଲିସ୍ ୩ ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରିଛି। ଏହା ଛଡ଼ା ନାବାଳିକାକୁ ଟେକି ନେଇ ଦୁର୍ବୃତ୍ତ ମାନେ ପଳାଇଥିବା ବୋଲେରୋ ଗାଡ଼ିକୁ ଜବତ କରାଯାଇଛି। ଗତ ରାତିରେ ନାବାଳିକା ଜଣକ ତାର ୪ ଜଣ ସାଙ୍ଗଙ୍କ ସହ ବାଇକ୍ ରେ ଏକ ବିବାହ ଭୋଜିରୁ ଫେରିବା ବେଳେ ଏକ ବୋଲେରୋ ଗାଡ଼ିରେ ଥିବା ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଗୋଡାଇ ଥିଲେ। ଭୟରେ ଜଙ୍ଗଲ ରାସ୍ତାରେ ୪ଜଣ ବାଇକ୍ ରୁ ପଡ଼ି ଯାଇଥିଲେ। ଏହାର ସୁଯୋଗରେ ଯୁବକ ମାନେ ନାବାଳିକାକୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ତଳସରା ଥାନାରେ ଏ ବାବଦରେ ଏକ ମାମଲା ରଜ୍ଜୁ ହେବା ପରେ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।