ରାଉରକେଲା : ଆରଏସପି ର ଲିଖିତ ପ୍ରତିଶ୍ରୁତି ପରେ ବରକାନି ଆନ୍ଦୋଳନ ସ୍ଥଗିତ।। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଏଵଂ ସ୍ତ୍ରୀଙ୍କୁ ମିଳିବ ଚାକିରୀ।

0 544

ରାଉରକେଲା: ୨୧/୪(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଲିଖିତ ପ୍ରତିଶ୍ରୁତି ପରେ ବରକାନି ଠାରେ ଚାଲିଥିବା ଆନ୍ଦୋଳନ ସ୍ଥଗିତ ରଖା ଯାଇଛି।ଶନିବାର ଦିନ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଡୁମେର୍ତ୍ତା ର ବରକାନି ରେ ଜେସିବି ମାଡ଼ିଯାଇ ଏତୋ ଏକ୍କା ନାମକ ଜଣେ ଗ୍ରାମବାସୀ ମୃତ୍ୟୁ ବରଣ କରିଥିଲେ। ଏହି ଦୁଃଖଦ ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତିବାଦରେ ଏତୋ ଏକ୍କାଙ୍କ ମୃତ ଦେହ ରଖି ଗ୍ରାମବାସୀ ଧାରଣା ଦେଇଥିଲେ। କ୍ଷତିପୂରଣ ଦାବି ମଧ୍ୟ କରିଥିଲେ। ପ୍ରଶାସନର ପ୍ରତିଶୃତି ପରେ ୩୬ ଘଣ୍ଟା ପରେ ଏତୋ ଙ୍କ ମୃତ ଦେହ ପୋଷ୍ଟମାର୍ଟମ୍ ପାଇଁ ପଠା ଯାଇଥିଲା। ମାତ୍ର ଲିଖିତ ପ୍ରତିଶ୍ରୁତି ମିଳି ନଥିବାରୁ ଧାରଣା ଜାରି ରହିଥିଲା। ଆଜି ରାଉରକେଲା ଏସପି , ଇସ୍ପାତ କାରଖାନା ଅଧିକାରୀଙ୍କ ସହ ବନ୍ଧମୁଣ୍ଡା ଥାନାରେ ଗ୍ରାମବାସୀଙ୍କ ଆଲୋଚନା ହୋଇଥିଲା। ଆର୍ ଏସ ପି ପକ୍ଷରୁ ୧୬ ଲକ୍ଷ ଟଙ୍କା କ୍ଷତି ପୂରଣ, ମୃତକ ଏତୋ ଏକ୍କା ଙ୍କ ପତ୍ନୀ ଅଞ୍ଜଳୀଙ୍କୁ ଆରଏସପି ରେ ଚାକିରି , ଗଣ୍ଡଗୋଳରେ ଆହତ ସୁରଜ୍ ଙ୍କୁ ପ୍ଲାଣ୍ଟ ରେ ଚାକିରି ଦେବାକୁ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖା ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଧ୍ୟ ୪ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ଦିଆଯିବ ବୋଲି ଜଣା ପଡ଼ିଛି।

Leave A Reply

Your email address will not be published.