ରାଉରକେଲା : ବନ୍ଧମୁଣ୍ଡା ବାରକାନି ରେ ଗ୍ରାମବାସୀଙ୍କ ଧାରଣା ଦୂତିୟ୍ ଦିନରେ ଜାରୀ।। ମୃତକ ଏତୁଆ ଏକ୍କାଙ୍କ ମୃତ ଦେହ ରଖି ଧାରଣା।
ରାଉରକେଲା: ୨୦/୪(ସତ୍ୟାନ୍ୟୁଜ) ୨୪ ଘଣ୍ଟା ବିତି ଗଲାଣି। ଏବେ ମଧ୍ୟ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବିରିକାନୀ ରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା ଉତ୍ତେଜନା ଥମି ନାହିଁ। ଶନିବାର ଦିନ ଆର୍ ଏସ ପି ରେଳ ଲାଇନ୍ କାମ ଚାଲିଥିବା ବେଳେ
ଜେସିବି ମାଡ଼ି ଯାଇ ଜଣେ ଗ୍ରାମବାସୀ ଏତୁଆ ଏକ୍କା ମୃତ୍ୟୁ ବରଣ କରି ଥିବା ବେଳେ ଅନ୍ୟ ଜଣେ ଗ୍ରାମବାସୀ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ ରେ ଅଛନ୍ତି। ଆଦିବାସୀଙ୍କ ନିଆଯାଇଥିବା ଜମି ଫେରସ୍ତ , ୨୦୦୬ ମସିହା ରେ ପ୍ରଶାସନ , ଆର୍ ଏସ ପି କର୍ତ୍ତୃପକ୍ଷ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ନାମାର
କାର୍ଯ୍ୟ କାରିତା ଦାବି କରିଛନ୍ତି ଗ୍ରାମବାସୀ। ଏହାସହ ମୃତକ ଏତୁଆ ଏକ୍କା ଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଦାବି ମଧ୍ୟ କରାଯାଇଛି। ଦୁଇ ଦିନ ହେଲା ମୃତକ ଏତୁଆ ଏକ୍କା ଙ୍କ ମୃତ ଦେହ ରଖି ଘଟଣା ସ୍ଥଳରେ ଗ୍ରାମବାସୀ ମାନେ ଧାରଣା ଦେଇଛନ୍ତି। ପ୍ରଶାସନ ସହ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର କୌଣସି ସୂତ୍ର ବାହାରି ପାରି ନାହିଁ। ଅନ୍ୟ ପକ୍ଷରେ ଗ୍ରାମବାସୀଙ୍କ ବନ୍ଧମୁଣ୍ଡା ବନ୍ଦ ଡାକରା କ୍ରମେ ଲୋକଙ୍କ ଦାବିକୁ ସମର୍ଥନ ଜଣାଇ ସେଠାରେ ଦୋକାନ ବଜାର ବନ୍ଦ ରହିଛି। ଯାନ ବାହାନ ଚଳାଚଳ କମ୍ ରହିଛି। ଘଟଣା ସ୍ଥଳରେ ଆଜି ବୀରମିତ୍ରପୁର ବିଧାୟକ ଜୋସେଫ ତିର୍କି ମଧ୍ୟ ପହଞ୍ଚି ଲୋକଙ୍କ ସହ ଧାରଣାରେ ସାମିଲ ହୋଇଛନ୍ତି।