ରାଉରକେଲା : ବନ୍ଧମୁଣ୍ଡା ବରକାନି ରେ ପୋଲିସ – ଗ୍ରାମବାସୀ ମଧ୍ୟରେ ଖଣ୍ଡ ଯୁଦ୍ଧ।। ଜେସିବି ଚାପାରେ ଜଣେ ଗ୍ରାମ ବାସୀ ମୃତ।। ୧୧ ପୋଲିସ୍ ଆହତ

0 574

ରାଉରକେଲା:୧୯/୪(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା କୁ ନୂତନ ଟ୍ରେନ୍ ଲାଇନ୍ ନିର୍ମାଣକୁ କେନ୍ଦ୍ର କରି ଆଜି ବନ୍ଧମୁଣ୍ଡା ବରକାନି ଠାରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି। ଟ୍ରେନ୍ ଲାଇନ୍ କାମ ଚାଲିଥିବା ବେଳେ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିଥିଲେ। ଆର୍ ଏସ ପି ପକ୍ଷରୁ ଜେସିବି ସାହାଯ୍ୟରେ କାମ ଆରମ୍ଭ ହୋଇଥିଲା। ଏହି ସମୟରେ ଜଣେ ଗ୍ରାମବାସୀ ଜେସିବି ଧକ୍କାରେ ମୃତ୍ୟୁ ବରଣ କରିଥିଲେ। ଏହି ଘଟଣାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ଜେସିବି ଡ୍ରାଇଭର କୁ ଆକ୍ରମଣ କରିଥିଲେ। ଡ଼୍ରାଇଭରଙ୍କୁ ବଞ୍ଚାଇବାକୁ ଯାଇ ପୋଲିସ୍ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ଉତ୍ତେଜିତ ଲୋକମାନେ ପୋଲିସ୍ ଗାଡ଼ି ଏବଂ ଆରଏସପି ଗାଡ଼ି କୁ ଭଙ୍ଗା ରୁଜା କରିଥିଲେ। ଲୋକଙ୍କ ଆକ୍ରମଣରେ ୧୧ ଜଣ ପୋଲିସ କର୍ମଚାରୀ , ୩ ଜଣ ଇସ୍ପାତ କାରଖାନା ଅଧିକାରୀ ଏବଂ ଜେସିବି ଡ୍ରାଇଭର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କେତେ ଜଣ ଗ୍ରାମବାସୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ମୃତ ଗ୍ରାମବାସୀଙ୍କ ଶବ ରଖି ଲୋକ ମାନେ ଧାରଣାରେ ବସିଛନ୍ତି। ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଆନ୍ଦୋଳନକାରୀ ଙ୍କୁ ବୁଝା ଶୁଝା କରିଥିଲେ ମଧ୍ୟ ସମାଧାନର କୌଣସି ରାସ୍ତା ବାହାରି ପାରି ନାହିଁ। ଘଟଣା ସ୍ଥଳରେ ଉତ୍ତେଜନା ଥିବାରୁ ୮ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ , ରାଉରକେଲା ଏସପି ନୀତେଶ ୱାଧ୍ୱୱାନି ବରକାନିରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।

Leave A Reply

Your email address will not be published.