ରାଉରକେଲା : ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଦୁଇ ସିଆରପିଏଫ୍ଯବାନ।। ଚିକିତ୍ସା ପାଇଁ ବିଶ୍ରା ଆସୁଥିବା ବେଳେ ବ୍ରିଜ ନିକଟରେ ବିସ୍ଫୋରଣ।
ରାଉରକେଲା:୧୮/୪(ସତ୍ୟାନ୍ୟୁଜ) ସି ଆର୍ ପି ଏଫ୍ ଯବାନ ଙ୍କୁ ଚିକିତ୍ସା ପାଇଁ ବିସ୍ରା ଡାକ୍ତରଖାନା ଆଣୁଥିବା ବେଳେ ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତରେ ବିସ୍ଫୋରଣ ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇ ଯବାନ। ରାଉରକେଲା ଜରେଇକେଲା ଥାନା ଅଞ୍ଚଳରୁ ୧୫ କିଲୋମିଟର ଦୂରରେ ଝାଡ଼ଖଣ୍ଡ ରେ ଥିବା ଏକ ସିଆରପିଏଫ୍ କ୍ୟାମ୍ପ ନିକଟରେ ଆଜି ମହୁମାଛି ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିଲେ। ତାଙ୍କୁ ଅନ୍ୟ ଜଣେ ଯବାନ ଚିକିତ୍ସା ପାଇଁ ବାଇକ୍ ଯୋଗେ ବିଶ୍ରା ଆଣୁଥିବା ବେଳେ ଏକ ବ୍ରିଜ ନିକଟରେ ବିସ୍ଫୋରଣ ହୋଇଥିଲା। ମାତ୍ର ଏହି ବିସ୍ଫୋରଣ ରୁ ଦୁଇ ଯବାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମହୁମାଛି ଆକ୍ରମଣରେ ଆହତ ଯବାନ ଙ୍କ ଚିକିତ୍ସା ବିଶ୍ରା ହସ୍ପିଟାଲ ରେ ଚାଲିଛି। ବିସ୍ପୋରଣ ଖବର ପାଇ ଘଟଣା ସ୍ଥଳରେ ଝାଡ଼ଖଣ୍ଡ ପୋଲିସ୍ , ସିଆରପିଏଫ୍ ଯବାନ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ନକ୍ସଲ ସଂଗଠନ ପକ୍ଷରୁ ପୋଲିସ୍ ତଥା ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରା ଯାଇଥିବା ସନ୍ଦେହ କରା ଯାଉଛି।