ରାଉରକେଲା : ସହରରେ ଅପରାଧିକ ଗତିବିଧି ଉପରେ ଅଙ୍କୁଶ ଲାଗି ପୋଲିସ ଅଣ୍ଟା ଭିଡିଲା।। ସର୍ବସାଧାରଣ ସ୍ଥାନରେ ପେଟ୍ରଲିଂ କଡାକଡି।।

0 89

ରାଉରକେଲା:୧୩/୪(ସତ୍ୟାନ୍ୟୁଜ) ଗତ କିଛି ଦିନ ହେଲା ରାଉରକେଲା ଇସ୍ପାତ ସହରରେ ଅପରାଧିକ ଗତିବିଧି ବୃଦ୍ଧି ପାଇଥିବାରୁ ପୋଲିସ୍ ଏବଂ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ବିଶେଷ କରି ୪ ଦିନରେ ୪ ଟି ହତ୍ୟାକାଣ୍ଡ ଯୋଗୁଁ ଲୋକ ମାନେ ଅସୁରକ୍ଷିତ ଅନୁଭବ କରୁଥିବା ଅଭିଯୋଗ ହେଉଛି। ଅବଶ୍ୟ ସମସ୍ତ ହତ୍ୟା ମାମଲାରେ ପୋଲିସ ଖୁବ୍ କମ୍ ସମୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ୪ଟି ଯାକ ହତ୍ୟାକାଣ୍ଡ ସର୍ବସାଧାରଣ ସ୍ଥାନରେ ହୋଇ ଥିବାରୁ ଏବେ ପୋଲିସ୍ ପକ୍ଷରୁ ପେଟ୍ରୋଲିଂ କୁ କଡାକଡି କରା ଯାଇଛି। ଏହା ଛଡା ବିଭିନ୍ନ ଥାନା ଏରିଆ ରେ ସର୍ବ ସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ଯୁବକ ମାନଙ୍କୁ ଧରି ଥାନାକୁ ଅଣା ଯାଉଛି। ବିଭିନ୍ନ ହୋଟେଲ , ତଥା ଅନ୍ୟ ସ୍ଥାନରେ ବେଆଇନ୍ ମଦ ବିକ୍ରି ଉପରେ ଚଢ଼ାଉ କରା ଯାଉଛି। ମୋଟ ଉପରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଏବଂ ଯୁବକ ମାନଙ୍କ ଆଡ୍ଡା ବାଜି ଉପରେ ପୋଲିସ୍ ଅଙ୍କୁଶ ଲଗାଇବାକୁ ଉଦ୍ୟମ ଜାରି ରଖିଛି।

Leave A Reply

Your email address will not be published.