ରାଉରକେଲା : ‘ ସୁଭଦ୍ରା ‘ ଯୋଜନାର ଦୂତୀୟ କିସ୍ତି ପ୍ରଦାନ।। ଲେବର ଟେନା ମେଣ୍ଟ କଲ୍ୟାଣ ମଣ୍ଡପରେ ଭବ୍ୟ କାର୍ଯ୍ୟକ୍ରମ।

0 228

ମହିଳାମାନଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରୁଛି ‘ସୁଭଦ୍ରା’ ଯୋଜନା

ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା : ୮/୩(ସତ୍ୟାନ୍ୟୁଜ) ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ସର୍ବବୃହତ ମହିଳା କଲ୍ୟାଣକାରୀ ଯୋଜନା ‘ସୁଭଦ୍ରା’ ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଉରକେଲା ମହାନଗର ନିଗମ ତରଫରୁ ସ୍ଥାନୀୟ ଲେବର ଟେନାମେଣ୍ଟ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ସୁଭଦ୍ରା ମା’ ମାନଙ୍କ ଉପସ୍ଥିତିରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏଥିରେ ଆରଏମସି କମିଶନର ଶ ଆଶୁତୋଷ କୁଲକର୍ଣ୍ଣିଙ୍କ ସହ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ପ୍ରତିନିଧି ଶ୍ରୀମତୀ ପୂର୍ଣ୍ଣିମା କେର୍କେଟା ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଏହି ଯୋଜନା ମହିଳାମାନଙ୍କ ସାମଗ୍ରିକ ବିକାଶକୁ ଆଜି ସୁନିଶ୍ଚିତ କରିବା ଦିଗରେ ବିଶେଷ ସହାୟକ ହେଉଥିବା ମତ ଦେଇଥିଲେ। ଏଥିସହ ଏହି ଯୋଜନାରେ ମିଳିଥିବା ଆର୍ଥିକ ସହାୟତାକୁ ବ୍ୟବହାର କରି ଆଜି ମହିଳାମାନେ ସ୍ୱାବଲମ୍ବୀ ହୋଇ ପାରିଥିବା କହିଥିଲେ।

ରାଉରକେଲା ମହାନଗର ନିଗମ ଅଞ୍ଚଳରେ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ସୁଭଦ୍ରା ଯୋଜନାକୁ ନେଇ ମହିଳା ମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ, ରାଉରକେଲା ଅଞ୍ଚଳରେ ପ୍ରାୟ ୮୦ ହଜାରରୁ ଉର୍ଦ୍ଧ୍ବ ମହିଳା ଏହି ଯୋଜନା ନିମନ୍ତେ ଆବେଦନ କରିଥିବା ବେଳେ ୭୦ ହଜାରରୁ ଅଧିକ ଯୋଗ୍ୟା ମହିଳା ଆର୍ଥିକ ସହାୟତା ପାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ତରୁଣ କାନ୍ତ, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକଙ୍କ ସହ ତିନୋଟି ସମନ୍ଵିତ ଶିଶୁ ବିକାଶ ଯୋଜନାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଆରଏମସି କର୍ମଚାରୀ ଓ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ଏସଏଚଜି ମହିଳା ଓ ସୁଭଦ୍ରା ଯୋଜନାର ହିତାଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.