ରାଉରକେଲା : ମନ୍ଥର ଗତିରେ ଚାଲିଛି ଯମୁନାନାକୀ – ରାଉରକେଲା ବ୍ରିଜ୍ କାମ ଚାଲିଛି ।। ବିଳମ୍ବ ହେଲାଣି ବର୍ଷେ।। ୨୦୨୫ ମାର୍ଚ୍ଚ ସୁଦ୍ଧା ସରିବା ନେଇ ବିଭାଗ ଆଶାବାଦୀ।

0 1,501

ରାଉରକେଲା : ୬/୧୨(ସତ୍ୟାନ୍ୟୁଜ) ୨୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ଯମୁନାନାକୀ – ରାଉରକେଲା ବ୍ରିଜ୍ ସମ୍ପୂର୍ଣ ହୋଇ ପାରିନାହିଁ। ବ୍ରିଜ୍ କାମ ୨୦୨୩ ରେ ସରିବା କଥା। ମାତ୍ର ୨୦୨୪ ସରିବାକୁ ବସିଲାଣି। ବ୍ରିଜ୍ କାମ ଅଧା ହୋଇଛି। ଏବେ କାମ ମନ୍ଥର ଗତିରେ ଚାଲିଛି।
ବ୍ରିଜ୍ କେବେ ସରିବ ବୋଲି ଲୋକେ ପ୍ରଶ୍ନ କଲେଣି। ଏହି ବ୍ରିଜ ସମ୍ପୂର୍ଣ ହୋଇ ଗଲେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ରୁ ସିଧା ସଳଖ ରାଉରକେଲା ସଂଯୋଗ ହୋଇ ପାରିବ। କୁଆଁରମୁଣ୍ଡା ବ୍ଲକ୍ ଯମୁନାନାକୀ ରୁ ଏହି ବ୍ରିଜ୍ ଆରମ୍ଭ ହୋଇ ପାନପୋଷ ସ୍ପୋର୍ଟସ୍ ହଷ୍ଟେଲ ନିକଟରେ ବାହାରିବ। ପୂର୍ବ ସରକାର ଅମଳରେ ୨୦୨୧ ମସିହାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ରେ ଏହି ବ୍ରିଜ୍ କାମ ଆରମ୍ଭ ହୋଇଥିଲା। ଟାର୍ଗେଟ ରହିଥିଲା ହକି ବିଶ୍ଵ କପ୍ ପୂର୍ବରୁ ଏହାକୁ ସାରିବାକୁ। ମାତ୍ର କେତେକ ଅସୁବିଧା ଯୋଗୁ ଏପର୍ଯ୍ୟନ୍ତ ମାତ୍ର ଅର୍ଦ୍ଧେକ କାମ ସରିଛି।

ବ୍ରିଜ୍ ର ଡିଜାଇନ୍ ଅନୁସାରେ କାମ କରିବା ବେଳେ ୧୦୦ ଫୁଟ୍ ଗଭୀର ଜଳ ତଳେ କାମ ହେଉଛି। ଏହି କାମ କଠିନ ହୋଇଥିବାରୁ ବ୍ରିଜ ସମ୍ପୂର୍ଣ ହେବାରେ ବିଳମ୍ବ ହେଉଛି। ତେବେ ଏହାର ଡିଜାଇନ୍ ରେ କେତେକ ପରିବର୍ତ୍ତନ କରାଯାଇ ଆସନ୍ତା ୨୦୨୫ ମାର୍ଚ୍ଚ ମାସ କାମ ସରିବା ନେଇ ଆଶାବାଦୀ ଅଛନ୍ତି ପୂର୍ତ୍ତ ବିଭାଗ ଆସିଷ୍ଟାଣ୍ଟ ଚିଫ୍ ଇଞ୍ଜିନିୟର।

ଯମୁନାନାକୀ – ରାଉରକେଲା ବ୍ରିଜ୍ ସମ୍ପୂର୍ଣ ହେଲେ ବିରମିତ୍ରପୁର କୁ ଯାଉଥିବା ୧୪୩ ନମ୍ବର ଜାତୀୟ ରାଜପଥ ସହ ରାଉରକେଲା ସିଧା ସଳଖ ଯୋଡ଼ି ହୋଇ ପାରିବ। ଏହାଦ୍ବାରା ସେକ୍ଟର ଅଞ୍ଚଳ ଏବଂ ଚ୍ଛେଣ୍ଡ ଅଞ୍ଚଳ ବାସୀ ବେଶ୍ ଉପକୃତ ହୋଇ ପାରିବେ।

Leave A Reply

Your email address will not be published.