ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀଏସିଏଫ୍ ଙ୍କ ଘରୁ ମିଳିଲା ନଗଦ ୧୪ ଲକ୍ଷ ଟଙ୍କା।। ଭିଜିଲାନ୍ସ ବିଭାଗ ଚଢ଼ାଉ ବେଳେ ମିଳିଲା ଟଙ୍କା।
ସମ୍ବଲପୁର : ୬/୧୨(ସତ୍ୟାନ୍ୟୁଜ) ସମ୍ବଲପୁର ର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏ ସି ଏଫ୍ ରେବତୀ ରମଣ ଯୋଶୀ ଙ୍କ ସରକାରୀ ଘରୁ ମିଳିଲା ନଗଦ ୧୪ ଲକ୍ଷ ଟଙ୍କା। ଆଜି ସକାଳୁ ଭଭିଜିଲାନ୍ସ ବିଭାଗ ଏ ସି ଏଫ୍ ଘରେ ଚଢ଼ାଉ କରିଥିଲା।। ଘରୁ ପୁଳାପୁଳା ଟଙ୍କା ବାହାରିବା ଦେଖି ଭିଜିଲାନ୍ସ ଅଧିକାରୀ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଜବତ ଟଙ୍କା ଗଣିବା ପାଇଁ ମେସିନ ମଗା ଯାଇଛି।
ଏ ସି ଏଫ୍ ଙ୍କ ଘରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ତାଙ୍କ ସମ୍ବଲପୁରରେ ଥିବା କ୍ୱାର୍ଟର୍ସରେ ଯାଞ୍ଚ ବେଳେ ଭିଜିଲାନ୍ସ ଅଧିକାରୀଙ୍କୁ ଏହି ଟଙ୍କା ମିଳିଛି।
ଆଜି ସକାଳେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବନ ବିଭାଗ ଏ ସି ଏଫ୍ ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କ ସମ୍ବଲପୁର ଓ ବରଗଡ଼ରେ ଥିବା ଘର ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା।
ଯୋଶୀଙ୍କ ସମ୍ବଲପୁରରେ ଥିବା ଅଫିସ୍, କ୍ୱାର୍ଟର୍ସ, ତିନି ମହଲା ଘରେ ଚଢ଼ାଉ କରାଯାଇଥିଲା । ସମ୍ବଲପୁରରେ ଥିବା ୪ଟି ଫ୍ଲାଟ, ସମ୍ବଲପୁରରେ ବ୍ୟବସାୟିକ କୋଠା ଓ ବରଗଡ଼ ଘରେ ମଧ୍ୟ ଯାଞ୍ଚ କରା ଯାଉଛି।