ସୁନ୍ଦରଗଡ : ଗର୍ଜନ ପାହାଡରେ ପୁଣି ଆବିର୍ଭାବ ହେଲା କଳା ବାଘ।। ବନ ବିଭାଗ ପକ୍ଷରୁ ଠାଵ ନେଇ ସ୍ପଷ୍ଟୀକରଣ।। ୬ ବର୍ଷ ପରେ ଦେଖାଗଲା ବ୍ଲାକ ପାନ୍ଥର।

0 630

ସୁନ୍ଦରଗଡ : ୧୪/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଗର୍ଜ୍ଜନ ପାହାଡରେ ପୁଣି ୬ ବର୍ଷ ପରେ ଦେଖାଦେଇଛି ବିରଳ କଳା ବାଘ। ଏହି ବାଘକୁ ବ୍ଲାକ ପାନ୍ଥର ମଧ୍ୟ କୁହାଯାଏ। କଳା ବାଘ ହେମଗିରି ଜଙ୍ଗଲର ଗର୍ଜନ ପାହାଡରେ କିଛିଦିନ ହେଲା ବୁଲୁଥିବାର ବନ ବିଭାଗ ମଂଡ ପୁଷ୍ଟି କରିଛି। ପୂର୍ବରୁ ଗାଁ ଲୋକ ମାନେ ବାଘକୁ ଦେଖିଥିବା କହୁଥିଲେ। ଏବେ
ବନ ବିଭାଗ ଟ୍ରାପ୍ କ୍ୟାମେରା ରେ ଠାବ ହୋଇଛି ଏହି ବିରଳ କଳା ବାଘ । ଏହା ପରିବେଶ ପାଇଁ ଏକ ଶୁଭ ସଙ୍କେତ ଏବଂ ସମସ୍ତଙ୍କ ପାଇଁ ଖୁଶି ଖବର। ହେମଗିରି ଅଞ୍ଚଳରେ ପାହାଡ଼ ବ୍ଲାଷ୍ଟିଂ ସ୍ଵତ୍ତ୍ୱେ ଏପରି ବିରଳ ବାଘ ଦେଖାଯିବା ଜିଲ୍ଲା ତଥା ରାଜ୍ୟର ଜଙ୍ଗଲ ପରିବେଶ ପାଇଁ ଏକ ଶୁଭ ସଙ୍କେତ ବୋଲି କହିଛନ୍ତି ସୁନ୍ଦରଗଡ ଡିଏଫଓ।
ଶେଷ ଥର ୨୦୧୮ ମସିହାରେ କଳା ବାଘ ଏହି ଗର୍ଜ୍ଜନ ପାହାଡରେ କ୍ୟାମେରାରେ ଠାବ ହୋଇଥିଲା। କିଛିଦିନ ପରେ ଏହି ବାଘର କୌଣସି ଖବର ନଥିଲା। ୫ ବର୍ଷ ପରେ ପୁଣି କଳା ବାଘର ଆବିର୍ଭାବରେ ବନ ବିଭାଗ ପକ୍ଷରୁ ଖୁସି ଜାହିର କରାଯାଇଛି। ଏହାସହ ବାଘର ଗତିବିଧି ଉପରେ ନଜର ରଖା ଯାଇଛି।

Leave A Reply

Your email address will not be published.