ସୁନ୍ଦରଗଡ଼ : ଗ୍ୟାସ କଟର ରେ ଏଟିଏମ୍ କାଟି ଟଙ୍କା ଲୁଟ୍ ଉଦ୍ୟମ।। ପୋଲିସ ତଦନ୍ତ ଜାରି।

0 763

ସୁନ୍ଦରଗଡ଼ : ୧୪/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡରେ ପୁଣି ଏଟିଏମ୍ ଲୁଟେରା ସକ୍ରିୟ ହୋଇ ଉଠିଛନ୍ତି। ବୁଧବାର ରାତିରେ ସୁନ୍ଦରଗଡ ସଦର ଥାନା
ମହୁଲପାଲିରେ ଥିବା ହିଟାଚି ଏଟିଏମ୍ ରୁ ସୁଚିନ୍ତିତ ଯୋଜନା କରି ଟଙ୍କା ଲୁଟ୍ ଉଦ୍ୟମ ହୋଇଛି। ବିଳମ୍ବିତ ରାତି ରେ ଦୃର୍ବୁତ୍ତ ମାନେ ଏଟିଏମ୍ ଥିବା ରୁମ୍ ର ପଛପଟ କାନ୍ଥ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ଗ୍ୟାସ୍ କଟର ସାହାଯ୍ୟ ରେ ଏଟିଏମ୍ ମେସିନ କାଟି ଟଙ୍କା ନେ଼ଇ ଯିବାକୁ ଉଦ୍ୟମ କରିଥିଲେ। ଏପରିକ ସିସିଟିଭି କ୍ୟାମେରାରେ ବ୍ଲାକ୍ ସ୍ପ୍ରେ କରି ଦେଇଛନ୍ତି। ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ସକାଳୁ ଏଟିଏମ୍ ଥିବା ଘର ମାଲିକ ଏହା ଦେଖି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ସନ୍ଧାନୀ କୁକୁରର ମଧ୍ୟ ସହାୟତା ନିଆଯାଇଛି। ଘଟଣା ସ୍ଥଳରୁ ପୋଲିସ ଏକ ବଡ଼ ଗ୍ୟାସ ସିଲିଣ୍ଡର ମଧ୍ୟ ଜବତ କରିଛନ୍ତି। ତେବେ ଶେଷ ମୁହୂର୍ତ୍ତରେ ଟଙ୍କା ଲୁଟି ପାରି ନଥିବା ଏଟିଏମ୍ ସଂସ୍ଥା ସୂଚନା ଦେଇଥିବା ଏସଡ଼ିପିଓ ହିମାଂଶୁ ବେହେରା କହିଛନ୍ତି।

Leave A Reply

Your email address will not be published.