ରାଉରକେଲା : ସଡକ ଦୁର୍ଘଟଣାରେ ବଣିକ ସଂଘର ପୂର୍ବତନ ଅଧ୍ୟକ୍ଷ ଦିନ ଦୟାଲ ଅଗ୍ରୱାଲଙ୍କ ମୃତ୍ୟୁ।। ମୃତ୍ୟୁ ପରେ ତାଙ୍କ ଚକ୍ଷୁ ଦାନ କରା ଗଲା।
ସୁନ୍ଦରଗଡ଼ : ୧୩/୩ (ସତ୍ୟାନ୍ୟୁଜ) ଆଜି ଦ୍ବିପହରରେ ସୁନ୍ଦରଗଡ଼ ଟାଉନ ଥାନା ରାଣୀ ବଗିଚା ବାଇପାସ୍ ନିକଟରେ ହୋଇଥିବା ସଡ଼କ ଦୁର୍ଘଟଣାରେ ରାଉରକେଲା ସହରର ଦୀନ ଦୟାଲ ଅଗ୍ରୱାଲଙ୍କ ମୃତ୍ୟୁ ହୋଇ ଯାଇଥିଲା । ତେବେ ମୃତ୍ୟୁ ପରେ ତାଙ୍କ ଦୃଷ୍ଟିରେ ଦୁନିଆ ଦେଖି ପାରିବେ ଦୁଇ ଅପରିଚିତ। ତାଙ୍କ ଦୁଇ ପୁଅ ଙ୍କ ସହମତି ରେ ଦୀନ ଦୟାଲ ଙ୍କ ଚକ୍ଷୁ ଦାନ କରଯାଇଛି। ଦୁର୍ଘଟଣାର ସୂଚନା ପାଇ ତାଙ୍କ ଦୁଇ ପୁଅ ଙ୍କ ସହିତ ପାରିବାର ବର୍ଗ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ଆସିଲା ପରେ ଡାକ୍ତର ତାଙ୍କୁ ଚକ୍ଷୁ ଦାନର ମହତ୍ତ୍ଵ ସମ୍ପର୍କ ରେ ବୁଝାଇଥିଲେ । ପରେ ଦୁଇ ପୁଅ ଏଥିରେ ସହମତି ପ୍ରକାଶ କରିଥଲେ ଏବଂ ତାଙ୍କ ପିତାଙ୍କ ଚକ୍ଷୁ ଦାନ କରି ମାନବିକତା ର ପରିଚୟ ଦେଇଛନ୍ତି।
ଆଜି ଦିନ ଦୟାଲ ତାଙ୍କ ସ୍ତ୍ରୀଙ୍କୁ ଆଣିବାକୁ ଝାରସୁଗୁଡା ଯାଉଥିବା ବେଳେ ତାଙ୍କ କାର ଏକ ଟ୍ରକ ସହ ପିଟି ହୋଇ ଯାଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ଦିନ୍ ଦୟାଲ ଅଗ୍ରୱାଲଙ୍କ ମୃତ୍ୟୁରେ ରାଉରକେଲା ବଣିକ ସଂଘର ପୂର୍ବତନ ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।