ବଣାଇ : ଶିଶୁ ମାନଙ୍କ ପାଇଁ ଉଦିଷ୍ଟ ଛତୁଆରୁ ବାହାରୁଛି ପୋକ।। ଗୁରୁଣ୍ଡିଆ ବ୍ଲକରେ ପ୍ରତିବାଦ କଲେ ମହିଳା।

0 355

ବଣାଇ : ୧୨/୩ (ସତ୍ୟାନ୍ୟୁଜ) ସମନ୍ୱିତ ଶିଶୁ ବିକାଶ ଯୋଜନାରେ ସରକାରଙ୍କ ତରଫରୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆ ଯିବାର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ଛତୁଆ ଆଉ ମକା ହାଲୁଆ ଦିଆଯାଉଛି। ଏହି ଖାଦ୍ୟକୁ ପ୍ରସ୍ତୁତ କରୁଛନ୍ତି ମିଶନ ଶକ୍ତିର ଅଧୀନରେ ଥିବା ସ୍ୱୟଂସହାୟକ ଗୋଷ୍ଠୀ। ଏବେ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ମାଙ୍କଡ଼ ଚୁଆ ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଆଯାଉଥିବା ଛତୁଆରୁ ପୋକ ବାହାରୁଥିବା ଅଭିଯୋଗ ହୋଇଛି।

କୋମଳମତି ଶିଶୁଙ୍କୁ ମାନଙ୍କୁ ଦିଆଯାଉଥିବା ଛତୁଆରୁ ପୋକ ବାହାରୁ ଥିବା ଚିନ୍ତାଜନକ। ଏହି ଖବର ପାଇବା ପରେ ଅଜି ବହୁ ମହିଳା ମାଙ୍କଡ଼ ଚୁଆ ଅଙ୍ଗନୱାଡ଼ିରେ ପହଞ୍ଚି ଦିଆଯାଇଥିବା ନିମ୍ନମାନର ଛତୁଆକୁ ଦେଖାଇବା ସହ ପ୍ରତିବାଦ କରିଥିଲେ। ଗୁରୁଣ୍ଡିଆ ବ୍ଲକରେ ସୋମବାର ଛତୁଆ ଦିଆଯାଇଥିଲା। ତେବେ ଛତୁଆ ନେଇଥିବା ଜଣେ ବ୍ୟକ୍ତି ଘରେ ପହଞ୍ଚି ଛତୁଆ ପ୍ୟାକେଟ୍‌ ଖୋଲିବା ପରେ ସେଥିରୁ ପୋକ ବାହାରିଥିଲା।
ଖବର ସମସ୍ତେ ପାଇବା ପରେ ଛତୁଆ ଫୋପାଡ଼ି ଦେଇଥିଲେ। ଏହା ସହିତ ଯେଉଁ ଗ୍ରୁପ୍ ଏହି ଛତୁଆ ତିଆରି କରିଥିଲା ତାକୁ ତୁଚରନ୍ତ ହଟାଯାଇ ନୂଆ ଗ୍ରୁପ୍‌କୁ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି।

Leave A Reply

Your email address will not be published.