ରାଉରକେଲା : ୧୨/୩ (ସତ୍ୟାନ୍ୟୁଜ) ରାଉରକେଲା କଚେରୀ ରୋଡ଼ରେ ଥିବା ଦୁଇଟି ଦୋକାନରୁ ସୋମବାର ରାତିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଦ୍ରୁବୃତ୍ତ ମାନେ ଦୋକାନର ଅଜବେଷ୍ଟସ୍ ଭାଙ୍ଗି ଭିତରେ ପଶିଥିଲେ। ଗୋଟିଏ କପଡା ଦୋକାନ ଏବଂ ଅନ୍ୟ ଏକ ଗ୍ରୋସେରି ଦୋକାନରୁ ଚୋରି ହୋଇଛି। କପଡା ଦୋକାନରୁ ୨ ଲକ୍ଷ ଟଙ୍କାର ରେଡିମେଡ୍ କପଡା ଚୋରି ହୋଇଥିବା ବେଳେ ଗ୍ରୋସେରି ଦୋକାନରୁ କିଛି ନଗଦ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ଉଦିତନଗର ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।