ସୁନ୍ଦରଗଡ଼ : ୧୩/୩ (ସତ୍ୟାନ୍ୟୁଜ) ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ କାରର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଟାଉନ ଥାନା ରାଣୀ ବଗିଚା ବାଇପାସ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୁରୁତର ଆହତ ଡ୍ରାଇଭର କାର ଭିତରେ ଚାପି ହୋଇ ରହିଥିବା ବେଳେ ଅଗ୍ନିଶମ ବାହିନୀ କଟର ସାହାଯ୍ୟରେ କାର କାଟି ଡ୍ରାଇଭରକୁ ଉଦ୍ଧାର କରିଛନ୍ତି। ପରେ ଚିକିତ୍ସା ପାଇଁ ତାଙ୍କୁ ମେଡ଼ିକାଲ ପଠା ଯାଇଛି। ବୁଧବାର ଅପରାହ୍ନରେ ଘଟିଛି ଏହି ଦୁର୍ଘଟଣା। ଏକ ଟ୍ରେଲର ରାଉରକେଲା ପଟୁ ସୁନ୍ଦରଗଡ଼ ଯାଉଥିଲା। ଏହି ସମୟରେ ଏକ ଲାଲ ରଙ୍ଗର କାର ଦୃତ ଗତିରେ ରାଉରକେଲା ପଟୁ ଆସି ବାଇପାସ ନିକଟରେ ଓଭର ଟେକ୍ କଲା ବେଳେ ପଛ ପଟୁ ଟ୍ରେଲରରେ ପିଟି ହୋଇ ଯାଇଥିଲା। କାର ରେ ବସିଥିବା ବ୍ୟକ୍ତି ଜଣକ ଛିଟିକି ପଡ଼ି ପୋଲ ତଳକୁ ଖସି ପଡ଼ି ମୃତ୍ୟୁ ବରଣ କରିଥିଲେ। ଡ୍ରାଇଭର ଗୁରୁତର ଆହତ ହୋଇ କାରରେ ଚାପି ହୋଇ ରହି ଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।