ରାଉରକେଲା : ଜିଏସ୍ ଟି ବିଭାଗ ପକ୍ଷରୁ କନକ ଅଳଙ୍କାରରେ ଚଢ଼ାଉ।। ୬୭ ଲକ୍ଷ ଜରିମାନା ଅର୍ଥ ଅନାଦେୟ ଗହଣା ଜବତ କରିବାକୁ ଚଢ଼ାଉ।

0 655

ରାଉରକେଲା : ୧୨/୩ (ସତ୍ୟାନ୍ୟୁଜ) ଜିଏସ୍ ଟି ବିଭାଗ ପକ୍ଷରୁ ଆଜି ରାଉରକେଲା କନକ ଅଳଙ୍କାରରେ ଚଢ଼ାଉ କରାଯାଇଛି। ଗ୍ରାହକଙ୍କୁ ଅଳଙ୍କାର ବିକ୍ରି ବିଲ୍ କଟିବାରେ ଅନିୟମିତତା ଅଭିଯୋଗରେ ଗତ ନଭେମ୍ବର ମାସରେ ଏହି ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିଲା। ସେତେ ବେଳେ କନକ ଅଳଙ୍କାରକୁ ୬୭ ଲକ୍ଷ ଟଙ୍କା ଜରିମାନା ଲଗା ଯାଇଥିଲା। ଜରିମାନା ତୁରନ୍ତ ଦେଇ ପାରି ନଥିବାରୁ ଜି ଏସ ଟି ବିଭାଗ ପକ୍ଷରୁ କେତେକ ଅଳଙ୍କାର ଜବତ କରାଯାଇଥିଲା। ତେବେ ୩ ମାସ ବିତି ଯାଇଥିଲେ ମଧ୍ୟ ଜରିମାନା ଟଙ୍କା ନଦେବାରୁ ମଙ୍ଗଳବାର ଦିନ ବିଭାଗୀୟ କର୍ତ୍ତୃପକ୍ଷ ଜବତ ଗହଣା ନେବାକୁ ଆସିଛନ୍ତି। ଅନ୍ୟପକ୍ଷରେ ଜରିମାନା ବାବଦରେ ଅପିଲ୍ ଯାଇଥିବା କନକ ଅଳଙ୍କାର ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.