ମୟୁରଭଞ୍ଜ : ୧୮ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲେ ପୋଲିସ ଏବଂ ଅବକାରୀ ବିଭାଗ।। ଶିମିଳିପାଳ ଅଭୟାରଣ୍ୟରେ ହେଉଥିଲା ଚାଷ।

0 379

ସୁନ୍ଦରଗଡ/ମୟୁରଭଞ୍ଜ : ୧୨/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଏବେ ନିଶା ମାଫିଆ ମାନେ ବେଧଡକ ଜଙ୍ଗଲରେ କରୁଛନ୍ତି ଅଫିମ ଚାଷ। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ସୀମାନ୍ତ ଝାରଖଣ୍ଡ ଜଙ୍ଗଲରେ ଅଫିମ ଚାଷ ହେଉଥିବା କିଛି ଦିନ ପୂର୍ବରୁ ସୂଚନା ଆସିଥିଲା। ଏବେ ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷ ହେଉଥିବା ଖବର ସମସ୍ତଙ୍କୁ ଚକିତ କରିଦେଇଛି। ଯଶିପୁର ପୋଲିସ ଏବଂ ଅବକାରୀ ବିଭାଗ ଖବର ପାଇ ସେଠାରେ ଚଢ଼ାଉ କରିଥିଲେ। କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ବରେ ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢାଉ କରିଥିଲେ। ବକୁଆ ଏବଂ କୁକୁରଭୁକା ଗାଆଁରେ ଚାଷ ହୋଇଥୁବା ୫ଲକ୍ଷ ୨୫ ହଜାର ଅଫିମ ଗଛ ପୋଲିସ୍ ନଷ୍ଟ କରିଦେଇଛନ୍ତି । ସେହିପରି ଯଜଗଡରେ ପାଖାପାଖି ୪ ଲକ୍ଷ ଅଫିମ ଗଛ ନଷ୍ଟ କରି ଦିଆଯାଇଛି। ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୧୮ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।

ଏନେଇ ଯଶିପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖୁଛନ୍ତି । ତେବେ ଏନେଇ କାହାରିକୁ ଗିରଫ କରାଯାଇଛି ନାହଁ । ଶିମିଳିପାଳ ଅଭୟାରଣ୍ୟ ରେ ଥିବା ଯଯଗଡ଼ ରେ ୧୧ ଏକର ଚାଷ ଜମିରେ ଅଫିମ ଚାଷ ହେଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଏଥିରେ ୩ ଲକ୍ଷ୍ୟ ୮୫ ହାଜର ଅଫିମ ଗଛ ଜବତ ହେଇଛି । ଏହି ଘଟଣା କୁ କେନ୍ଦ୍ର କରି ଯଶିପୁର ଅବକାରୀ ଥାନା ରେ ଏକ ମାମଲା ରୁଜୁ ହେଇଛି। ଏହି ଅଫିମ ଗଛ ଗୁଡ଼ି କର ଆନୁମାନିକ ମୂଲ୍ୟ ୭ କୋଟି ୭୦ ଲକ୍ଷ ଟଙ୍କା ହେବ ବଲି ଜଣା ପଡ଼ିଥିବା ବେଳେ ଦୁଇଟି ଜାଗାରେ ଅଫିମ ଚାଷ ର ମୂଲ୍ୟ ୧୮କୋଟି ହେବ ବଲି ସୂଚନା ମିଳିଛି |

ମୟୁରଭଞ୍ଜ ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡା ଙ୍କ ରିପୋର୍ଟ

Leave A Reply

Your email address will not be published.