ରାଉରକେଲା : ରାଉରକେଲା ରେଳ ଷ୍ଟେସନରେ ମୋର୍ଯ୍ୟ ଏକ୍ସପ୍ରେସ ପହଞ୍ଚିବା ପରେ ବିପୁଳ ସ୍ୱାଗତ।। ପତାକା ହଲାଇ ଶୁଭାରମ୍ଭ କଲେ ସଂସଦ ଜୁଏଲ ଓରାମ।
ରାଉରକେଲା : ୧୦/୩ (ସତ୍ୟାନ୍ୟୁଜ) ବହୁ ପ୍ରତୀକ୍ଷିତ ହାଟିଆ-ଗୋରଖପୁର ମୋର୍ଯ୍ୟ ଏକ୍ସପ୍ରେସ ସମ୍ବଲପୁରକୁ ସମ୍ପ୍ରସାରିତ ହେବା ପରେ ଉତ୍ତର ଭାରତ ଲୋକଙ୍କ ମନରେ ବେଶ ଆନନ୍ଦ ଦେଖା ଦେଇଛି। ଆଜି ରାଉରକେଲା ରେଳ ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ବିପୁଳ ସ୍ୱାଗତ କରାଯାଇ ଥିଲା। ଷ୍ଟେସନରେ ସୁନ୍ଦରଗଡ ସଂସଦ ଜୁଏଲ ଓରାମ ସବୁଜ ପତାକା ହଲାଇ ଟ୍ରେନର ଶୁଭାରମ୍ଭ କରିଥିବା ବେଳେ ବିଜେପି ନେତା ନିହାର ରାୟ , ଧୀରେନ ସେନାପତି , ବିଜେପି ଅଧ୍ୟକ୍ଷା ଲତିକା ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ଡେଭଲପମେଣ୍ଟ ଷ୍ଟିଅରିଂ କମିଟି ଚେୟାରମ୍ୟାନ ସୁବ୍ରତ ପଟ୍ଟନାୟକ , କଂଗ୍ରେସ ସଭାପତି ରବି ରାୟ , ବଣିକ ସଂଘର ଗୁରମିତ ସିଂ ଏବଂ ବିହାର ସାଂସ୍କୃତିକ ପରିଷଦର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ବହୁ ଦିନ ଧରି ମୋର୍ଯ୍ୟ ଏକ୍ସପ୍ରେସକୁ ରାଉରକେଲାକୁ ସମ୍ପ୍ରସାରଣ କରିବା ଲାଗି ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଥିଲା। ଆଜି ଦାବି ପୂରଣ ହୋଇଥିବାରୁ ବିଶେଷ କରି ବିହାର , ଉତ୍ତର ପ୍ରଦେଶର ଲୋକମାନେ ବେଶ ଖୁସି ଜାହିର କରିଥିଲେ। ବିଭିନ୍ନ ସଂଗଠନ ପକ୍ଷରୁ ବାଜା ବଜାଇ ଟ୍ରେନ କୁ ସ୍ୱାଗତ କରା ଯାଇଥିଲା।