ସୁନ୍ଦରଗଡ : ଇଵ୍ ନଦୀରେ ବୁଡି ଗୋଟିଏ ପରିବାରର ୩ ଜଣ ନିଖୋଜ ଘଟଣା।। ୩ ଜଣଙ୍କ ମୃତ ଦେହ ନଦୀରୁ ଉଦ୍ଧାର।

0 367

ସୁନ୍ଦରଗଡ଼ : ୧୦/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଇଵ୍ ନଦୀ ରେ ଗୋଟାଏ ପରିବାର ର ତିନି ଜଣ ସଦସ୍ୟ ବୁଡି ନିଖୋଜ ଘଟଣାରେ ଆଜି ସକାଳେ ଅଗ୍ନିଶମ ବାହିନୀ ଦୁଇ ପୁତୁରାଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ପରେ କାକା ମହମ୍ମଦ ସାହୀଦଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି।
ଗତକାଲି ସୁନ୍ଦରଗଡ଼ ସେମିନା ନିକଟ ଇଵ୍ ନଦୀ କୂଳକୁ ରିଜେଣ୍ଟ ମାର୍କେଟ ନିକଟରେ ରହୁଥିବା ଗୋଟିଏ ପରିବାର ଭୋଜି କରିବାକୁ ଯାଇଥିଲେ। ପରିବାରର ଅନ୍ୟ ସଦସ୍ୟ ମାନେ କୂଳରେ ଥିବା ବେଳେ ୩ ଜଣ ନଦୀରେ ବୁଡି ନିଖୋଜ ହୋଇ ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ଟିମ୍ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଗତକାଲି ସେମାନଙ୍କୁ ଉଦ୍ଧାର କରିପାରି ନଥିଲେ । ଆଜି ଦୁଇ ପୁତୁରା ମହମ୍ମଦ ଫାରହନ୍ ଏବଂ ମହମ୍ମଦ ରିଜୱାନ୍ ଏବଂ କାକା ମହମ୍ମଦ ସାହୀଦ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଦେହ ମିଳିବା ପରେ ସୁନ୍ଦରଗଡରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.