ବାରିପଦା : ଗାଡି ନମିଳିବାରୁ ପ୍ରତିବାଦରେ ଶବକୁ କାନ୍ଧରେ ବୋହି ରାସ୍ତାରେ ବୁଲାଉ ଥିଲେ ସମ୍ପର୍କୀୟ।। ପୋଲିସ ପହଞ୍ଚି ଶବକୁ ଜବତ କଲେ।

0 407

ବାରିପଦା : ୯/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବାରିପଦା ରାଜରାସ୍ତାରେ ଶୁକ୍ରବାର ଦିନ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ। ଜଣେ ମୃତ ଯୁବକଙ୍କ ଶବକୁ ପଲିଥିନ୍ ରେ ବାନ୍ଧି ସମ୍ପର୍କୀୟ ମାନେ ରାସ୍ତାରେ କାନ୍ଧରେ ବୋହି ନେଉଥିଲେ। ସଂସ୍କାର ପାଇଁ ନନେଇ ବହୁ ସମୟ ଧରି ସହରର ରାସ୍ତାରେ ବୁଲିଥିଲେ। ଶବ ନେବାକୁ କୌଣସି ଗାଡି ନମିଳିବାରୁ ସମ୍ପର୍କୀୟ ମାନେ ଏପରି ପ୍ରତିବାଦ ଜଣାଇଥିଲେ। ଖବର ପାଇ ପୋଲିସ ପହଞ୍ଚି ଶବକୁ ଜବତ କରି ଗାଡିରେ ନେଇ ଯାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ବାରିପଦା ସଦର ଥାନା ଅନ୍ତର୍ଗତ ଦାମୋଦରପୁରର ଯୁବକ ପ୍ରକାଶ ବିନ୍ଧାଣିଙ୍କ ଶବ ବୁଧବାର ଦିନ ନାଥ ସିଂଙ୍କ ଘରୁ ମିଳିଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ଶବ ପୋଷ୍ଟ ମର୍ଟମ କରିଥିଲେ। ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ପୋଷ୍ଟମର୍ଟମ ପରେ ଶବ ନେବାକୁ କୌଣସି ଗାଡି ନମିଳିବାରୁ ପରିବାର ଲୋକେ କାନ୍ଧରେ ବୋହି ଶବ ରାସ୍ତାରେ ନେଉଥିବା ବେଳେ ପୋଲିସ ହସ୍ତକ୍ଷେପ କରିଥିଲେ। ଏହାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉତ୍ପନ୍ନ ହୋଇଥିଲା। ପରେ ସଦର ଏସଡ଼ିପିଓ ସୁଜିତ ପ୍ରଧାନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

Leave A Reply

Your email address will not be published.