ରାଉରକେଲା : ଆଜି ମହାଶିବରାତ୍ରି।। ବେଦବ୍ୟାସ ଶୈବ୍ୟପୀଠ ସହ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼।। ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା।
ରାଉରକେଲା : ୮/୩ (ସତ୍ୟାନ୍ୟୁଜ) ଆଜି ମହାଶିବରାତ୍ରି। ଦେଵ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିବାକୁ ରାଉରକେଲାର ବିଭିନ୍ନ ଶୈବ୍ୟପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ। ବିଶେଷ କରି ବେଦବ୍ୟାସ ଶୈବ୍ୟପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ରାତି ୨ଟାରୁ ଲାଇନ ଲଗାଇ ଭକ୍ତ ମାନେ ମହାଦେବଙ୍କ ଦର୍ଶନ କରୁଛନ୍ତି। ଚନ୍ଦ୍ରଶେଖର ମନ୍ଦିରରେ ମଧ୍ୟ ଭିଡ଼ ଲାଗି ରହିଛି। ଶଙ୍ଖ ଏବଂ କୋଏଲ ନଦୀର ମିଳନ ସ୍ଥଳ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ବେଦବ୍ୟାସ ଶୈବ୍ୟ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆଜି ଦିନରେ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି। ଠାକୁରଙ୍କ ସୁରକ୍ଷିତ ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର କଡ଼ ଏବଂ ନଦୀ କୂଳରେ ବାରିକେଡିଂ କରାଯାଇଛି। ଭକ୍ତ ମାନେ ଜାଗର ଜାଳିବାକୁ ଅପେକ୍ଷା କରି ରହିଛନ୍ତି।