ରାଉରକେଲା : ଭ୍ୟାନ୍ ଓଲଟି ପଡିବାରୁ ୩ ମୃତ , ୧୫ ଆହତ।। ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳେ ଘଟିଥିଲା ଦୁର୍ଘଟଣା।

0 533

ରାଉରକେଲା : ୮/୩ (ସତ୍ୟାନ୍ୟୁଜ) ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ମୁଣ୍ଡାଜୋର ନିକଟରେ ଗୁରୁବାର ରାତିରେ ଭ୍ୟାନ୍ ଓଲଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ଏବଂ ଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ ଝରଖଣ୍ଡରୁ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବାକୁ ୫ଟି ଭ୍ୟାନ୍ ରେ ଲୋକ ମାନେ ଆସିଥିଲେ। ଫେରିବା ବେଳେ ମୁଣ୍ଡାଜୋର ନିକଟରେ ଗୋଟିଏ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଥିଲେ। ଆହତ ମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ହସ୍ପିଟାଲକୁ ଅଣା ଯାଇଥିଲା। ପରେ ୩ ଜଣ ଗୁରୁତରଙ୍କୁ ଜେପି ହସ୍ପିଟାଲ ପଠାଯାଇଛି। ମୃତକଙ୍କ ପୋଷ୍ଟମର୍ଟମ କରିବା ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

Leave A Reply

Your email address will not be published.