ରାଉରକେଲା : ନିଖୋଜ ଚାଷୀ ମଙ୍ଗଳ ଓରାମଙ୍କୁ ଶିଘ୍ର ଖୋଜି ବାହାର କରିବାକୁ ଦାବି।। ରାଉରକେଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।
ରାଉରକେଲା : ୭/୩ ( ସତ୍ୟାନ୍ୟୁଜ)/ଆଜି ପୁଣି ରାଉରକେଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ତେତେରକେଲା ପଞ୍ଚାୟତର ଗ୍ରାମବାସୀ। ୮ ଦିନ ହେଲା ନିଖୋଜ ଥିବା ଚାଷୀ ମଙ୍ଗଳ ଓରାମଙ୍କୁ ଖୋଜି ବାହାର କରିବା ଦାବିରେ ଏହି ବିକ୍ଷୋଭ କରାଯାଇଛି। ଗତ ଫେବ୍ରୁଆରୀ ୨୯ ତାରିଖରୁ ନୂଆଗାଁ ବ୍ଲକ ତେତେରକେଲା ପଞ୍ଚାୟତର ଚାଷୀ ମଙ୍ଗଳ ଓରାମ ନିଜ ବୋଲେରୋ ଭ୍ୟାନ୍ ସହ ନିଖୋଜ ହୋଇଯାଇଛନ୍ତି। ସେ ତାଙ୍କ ଗାଁରୁ ଭ୍ୟାନ୍ ରେ ପରିବା ନେଇ ରାଉରକେଲା ଆସିଥିଲେ। ଝିରିପାଣିରେ ପରିବା ଅନ୍ ଲୋଡ଼ କରିବା ପରେ ସେ ନୋଖୋଜ ହୋଇ ଯାଇଛନ୍ତି। ପରେ ବିଧାୟକ ଶଙ୍କର ଓରାମଙ୍କ ନେତୃତ୍ୱରେ ଏକ ଟିମ୍ ରାଉରକେଲା ଏସପିଙ୍କୁ ଭେଟି ମଙ୍ଗଳ ଓରାମଙ୍କୁ ଶୀଘ୍ର ଖୋଜି ବାହାର କରିବାକୁ ନିବେଦନ କରିଥିଲେ।