ବଣାଇ : ୭/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କେନାଭଟା ନିକଟରେ ଆଜି ଭୋରୁ ଏକ ସଡ଼କ ଦୁର୍ଘଟଣାରେ ଛଅ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। ବସ୍ ସହ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ଟ୍ରକ ଡ୍ରାଇଭର ବସ ଛାଡି ଫେରାର ହୋଇ ଯାଇଛି। ପୋଲିସ ଦୁଇ ଗାଡିକୁ ଜବତ କରି ତଦନ୍ତ କରୁଛି। ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ରାତିରେ ‘ଶ୍ରୀରାମ ଜି’ ନାମକ ଯାତ୍ରୀବାହୀ ବସ୍ ପାସେଞ୍ଜରଙ୍କୁ ନେଇ ବାଲେଶ୍ଵରରୁ ରାଉରକେଲା ଅଭିମୁଖେ ଆସୁଥିଲା। କେନାଭଟା ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ପଠାଯାଇଛି।