ବିରମିତ୍ରପୁର : ବିଭିନ୍ନ ଦାବି ନେଇବି ଏସ୍ ଏଲ ଅଫିସ ଘେରାଉ।। ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ବିକ୍ଷୋଭ।
ରାଉରକେଲା : ୬/୩ (ସତ୍ୟାନ୍ୟୁଜ) ମଜୁରୀ ଚୁକ୍ତିନାମା , ୧୭ ମାସର ବାକେୟା ଦରମା ପ୍ରଦାନ ଦାବିରେ ବୁଧବାର ଦିନ ଶ୍ରମିକ କର୍ମଚାରୀ ମାନେ ବିରମିତ୍ରପୁରର ବି ଏସ୍ ଏଲ ଅଫିସ ଘେରାଉ କରିଥିଲେ। ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭରେ କମ୍ପାନୀର ପୂର୍ବତନ କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଥିଲେ। ଉପରୋକ୍ତ ଦାବି ଛଡା ସ୍ଥାନୀୟ ବେକାର ଯୁବକ ଯୁବତୀ ଏବଂ ବାସଚ୍ୟୁତଙ୍କୁ ନିଯୁକ୍ତି , ପୂର୍ବତନ କର୍ମଚାରୀ ମାନଙ୍କୁ ଗ୍ରାଚ୍ୟୁଟି ପ୍ରଦାନ ଆଦି ଦାବି ମଧ୍ୟ କରଯାଇଥିଲା। ବି ଏସ୍ ଏଲ କମ୍ପାନୀ ୧୦୦ ବର୍ଷ ପୁରୁଣା ହୋଇଥିବା ବେଳେ ଏହା ବିରମିତ୍ରପୁରର ଲାଇଫ ଲାଇନ ଭାବେ ଗଣା ଯାଉଥିଲା। ମାତ୍ର ଏବେ ଏହି କମ୍ପାନୀ ରୁଗ୍ଣ ଅବସ୍ଥାରେ ଥିବାରୁ ଏହାର ପୁନର୍ଦ୍ଧାର ଦାବି କରାଯାଇଛି।