ରାଉରକେଲା : ପ୍ଲୁଟୋନ ମଲ୍ ରେ ଖୋଲିଲା ଗୃହସ୍ଥୀର ନୂତନ ଆଉଟଲେଟ୍।। ଉଦଘାଟନ କଲେ ଗୃହସ୍ଥୀର ଏମ୍ ଡି ଗଣେଶ ବାଗାଡିଆ।

0 182

ରାଉରକେଲା : ୫/୩ (ସତ୍ୟାନ୍ୟୁଜ) ”ଗୃହସ୍ଥୀ ଉଦ୍ୟୋଗ ନିଜ ଉତ୍ପାଦ ର ଗୁଣାତ୍ମକ ମାନରେ କୌଣସି ସାଲିସ୍ କରିବ ନାହିଁ ଏବଂ ଖାଉଟି ହିଁ ଏହାର କ୍ୱାଲିଟି ବାବଦରେ ସାର୍ଟିଫିକେଟ ଦେବେ।” ରାଉରକେଲା ପ୍ଲୁଟୋନ ମଲ୍ ରେ ଗୃହସ୍ଥୀ ବଜ଼ାରର ଆଉଟଲେଟ୍ ଖୋଲିବା ଅବସରରେ ଏହି ମତ ରଖିଛନ୍ତି ସଂସ୍ଥାର ଏମ୍ ଡି ଗଣେଶ ବାଗାଡିଆ। ମଙ୍ଗଳବାର ଦିନ ଏହି ରିଟେଲ୍ କାଉଣ୍ଟରର ଉଦଘାଟନ ମଲ୍ ର ତଳ ଗ୍ରାଉଣ୍ଡ ଫ୍ଲୋରରେ କରାଯାଇ ଥିଲା। ଗୃହସ୍ଥୀ ମସଲା ବ୍ୟତୀତ ଅନ୍ୟ ବହୁ ଖାଦ୍ୟ ସାମଗ୍ରୀ ମଧ୍ୟ ଏଠାରେ ମିଳୁଛି। ଗୋଟିଏ ଛାତ ତଳେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଇ ଦେବାକୁ ଗୃହସ୍ଥୀ ଉଦ୍ୟୋଗର ଏହି ପ୍ରୟାସ ବୋଲି ସଂସ୍ଥା ତରଫରୁ କୁହା ଯାଇଛି।

Leave A Reply

Your email address will not be published.