ରାଉରକେଲା : ୧୮ ତମ ବିଜୁ ପଟ୍ଟନାୟକ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।। ଯୋଗ ଦେଇଛନ୍ତି ୮ଟି ଟିମ୍।

0 482

ରାଉରକେଲା : ୪/୨ (ସତ୍ୟାନ୍ୟୁଜ) ରାଉରକେଲାରେ ଆରମ୍ଭ ହୋଇଛି ଅଠର ତମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏହି ଫୁଟବଲ ପ୍ରତିଯୋଗୀତାରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୮ଟି ଦଳ ଯୋଗ ଦେଇଛନ୍ତି। ଜାମଶେଦପୁର , ଚେନାଇ , ଛତିଶଗଡ଼ , ହାଇଦ୍ରାବାଦ , ଓଡିଶା ଆଦି ରାଜ୍ୟର ଖେଳାଳୀ ମାନେ ଆସି ଷ୍ଟାଡିଅମରେ ପହଞ୍ଚି ଯାଇଛନ୍ତି। ରାଉରକେଲା ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ବିରସା ମୁଣ୍ଡା ଆଥଲେଟିକ ଷ୍ଟାଡିଅମରେ ସୋମବାର ଦିନ ଏହି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରାମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇଥିବା ବେଳେ ଅତିଥି ଭାବେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ , ରଘୁନାଥପାଲି ବିଧାୟକ ସୁବ୍ରତ ତାରାଇ ପ୍ରମୁଖ ଯୋଗ ଦେଇଥିଲେ। ଉଦଘାଟନ ଉତ୍ସବରେ ଆସୋସିଏସନର ଅଧ୍ୟକ୍ଷ ମିହିର ରାୟ ସଭାପତିତ୍ୱ କରିଥିଲେ।

Leave A Reply

Your email address will not be published.