ରାଉରକେଲା : ବୋଲେରୋ ଭ୍ୟାନ ସହ ୬ ଦିନ ହେଲା ଚାଷୀ ମଙ୍ଗଳ ଓରାମ ନିଖୋଜ।। ବିଧାୟକଙ୍କ ସହ ପରିବାର ଲୋକେ ଏସପି ଙ୍କ ଦ୍ୱାରସ୍ଥ।

0 594

ରାଉରକେଲା : ୫/୨ (ସତ୍ୟାନ୍ୟୁଜ) ଛଅ ଦିନ ହେଲା ନିଖୋଜ ଚାଷୀ ମଙ୍ଗଳ ଓରାମଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ଏ ବାବଦରେ ପରିବାର ପକ୍ଷରୁ ଝିରିପାଣି ଥାନାରେ ଏତେଲା ଦିଆଯାଇଛି। ପୋଲିସ ତଦନ୍ତ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ମଙ୍ଗଳ ମିଳି ନଥିବାରୁ ପରିବାର ଲୋକେ ଚିନ୍ତାରେ ଅଛନ୍ତି। ଗତ ଫେବୃଆରୀ ୨୯ ତାରିଖରେ ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ପଞ୍ଚାୟତର ଚାଷୀ ମଙ୍ଗଳ ଓରାମ ପରିବା ନେଇ ନିଜ ବୋଲେରୋ ଭ୍ୟାନ ରେ ରାଉରକେଲା ଝିରିପାଣି ବାହାରିଥିଲେ। ସେହି ଦିନ ଠାରୁ ତାଙ୍କର କିମ୍ବା ତାଙ୍କ ଭ୍ୟାନ ର କୌଣସି ପତ୍ତା ମିଳୁନାହିଁ। ତାଙ୍କ ମୋବାଇଲ ଫୋନ ଶେଷ ଥର ପାଇଁ ବେଦବ୍ୟାସରେ ବନ୍ଦ ହୋଇଥିବା ଜଣା ପଡ଼ିଛି। ଏତେ ଦିନ ହେଲା ପୋଲିସ ମଙ୍ଗଳଙ୍କ ଖୋଜ ଖବର ପାଉ ନଥିବାରୁ ଆଜି ପରିବାର ଲୋକଙ୍କ ସହ ଗ୍ରାମବାସୀ ରାଉରକେଲା ଏସପିଙ୍କ କାର୍ଯ୍ୟାଳୟ ଆସିଥିଲେ। ସାଙ୍ଗରେ ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ମଧ୍ୟ ଥିଲେ। ଶୀଘ୍ର ମଙ୍ଗଳ ଓରାମଙ୍କୁ ଖୋଜି ବାହାର କରିବାକୁ ବିଧାୟକଙ୍କ ସମେତ ପରିବାର ଲୋକେ ଏସପି ଙ୍କୁ ନିବେଦନ କରିଛନ୍ତି।

Leave A Reply

Your email address will not be published.