ସୁନ୍ଦରଗଡ଼ : ୫ ଗଞ୍ଜେଇ ଚାଲାଣ କାରୀଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ଲକ୍ଷ ଜରିମାନା।। ଦଣ୍ଡାଦେଶ ଶୁଣାଇଲେ ସୁନ୍ଦରଗଡ ଏଡିଜେ କୋର୍ଟ।
ସୁନ୍ଦରଗଡ : ୪/୨ (ସତ୍ୟାନ୍ୟୁଜ) ୫ ଜଣ ଚୋରା ଗଞ୍ଜେଇ ଚାଲାଣକାରୀ ଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଶୁଣାଇଛନ୍ତି ସୁନ୍ଦରଗଡ ଏଡିଜେ କୋର୍ଟ।
ଜୋରିମାନା ଅନାଦେୟ ୬ ମାସ ଲେଖାଏଁ ଜେଲ ଦଣ୍ଡ ଆଦେଶ ହୋଇଛି।
୨୦୨୨ ମସିହା ମାର୍ଚ୍ଚ ମାସରେରେ ଏକ ମାରୁତି କାରରେ ୪ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ନେଇ ଯାଉଥିବା ବେଳେ ଖବର ପାଇ ରାଜଗାଙ୍ଗପୁର ପୋଲିସ ଏହି କାରକୁ ଜବତ କରିବା ସହ ୫ ଚୋରା ଚାଲାଣକାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ଆଜି ସେହି ମାମଲା ର ଶୁଣାଣି କରି ମାନ୍ୟବର କୋର୍ଟ ନିଶା ଦ୍ରବ୍ୟ ଚାଲାଣ କାରୀଙ୍କୁ ଏହି କଠୋର ଦଣ୍ଡ ଶୁଣାଇଛନ୍ତି।
ଏ ସମସ୍ତ ଚାଲାଣକାରୀ ଉତ୍ତରପ୍ରଦେଶର ବୋଲି ସୂଚନା ମିଳିଛି।