ରାଇରଙ୍ଗପୁର : ଶିମିଳିପାଳ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଲାଗି ଆଗୁଆ ପ୍ରସ୍ତୁତି।। ଶୁଖିଲା ପତ୍ର ଗୋଟାଇବାକୁ ଯାନ୍ତ୍ରିକ ସହାୟତା ନିଆଯାଉଛି।

0 340

ମୟୁରଭଞ୍ଜ : ୪/୩ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁ ପରିଡ଼ା) ଆଗକୁ ଆସୁଛି ଗ୍ରୀଷ୍ମ ଋତୁ। ସାଧାରଣତଃ ଗ୍ରୀଷ୍ମ କାଳରେ ଜଙ୍ଗଲରେ ନିଆଁ ଲାଗି ଥାଏ। ନିଆଁ ଦାଉରେ ଜଙ୍ଗଲ ନଷ୍ଟ ହେବା ସହ ପଶୁ ପକ୍ଷୀଙ୍କ ଜୀବନହାନି ଘଟି ଥାଏ। ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ଲାଗି ବନ ବିଭାଗ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷ କରି ସବୁଜ ବନାନୀ ବନ୍ୟ ଜୀବଜନ୍ତୁରେ ଭରା ଶିମିଳିପାଳ ଅଭୟାରଣ୍ୟ କୁ ନିଆଁ କବଳରୁ ରକ୍ଷା କରିବା ଲାଗି ପ୍ରସ୍ତୁତି ଜୋର ସୋରରେ ଚାଲିଛି। ଏଥିଲାଗି ବନବିଭାଗ ପକ୍ଷରୁ ଗାଁ ଗାଁ ବୁଲି ସଚେତନ କରାଯାଉଛି। ପତ୍ରଝଡା ଆରମ୍ଭ ହୋଇ ଯାଇଥିବାରୁ ଶୁଖିଲା ପତ୍ର ଗୋଟାଇବାକୁ ଯାନ୍ତ୍ରିକ ସହାୟତା ନିଆଯାଇଛି। ଗ୍ରୀଷ୍ମପ୍ରବାହ ରେ ଶିମିଳିପାଳ ଜୈବମଣ୍ଡଳକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଶିମିଳିପାଳ ବନାଞ୍ଚଳ ଗ୍ରାମ ମାନଙ୍କରେ ସଚେତନତା ସଭା କରା ଯାଉଛି।
ଏହି ପରିପ୍ରେକ୍ଷୀରେ ଯଶିପୁରର ରାମତୀର୍ଥ ଠାରେ ପାଞ୍ଚପୀଢ ଉପଖଣ୍ଡର ଗଣମାଧ୍ୟମ ପ୍ରତିନିଧ୍ ମାନଙ୍କୁ ନେଇ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଉତ୍ତର ଜୋନ୍ ର ଡେପୁଟି ଡାଇରେକ୍ଟର ସାଇକିରଣ ଡିଏନ୍‌ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶେଷ କରି ଶିମିଳିପାଳ କୁ ନିଆଁ ଦାଉରୁ ରକ୍ଷା କରିବା, ଜନ୍ତୁ ଶିକାରକୁ କିପରି ରୋକାଯାଇପାରିବ, ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରଜେକ୍ଟର ମାଧ୍ଯମରେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଶିମିଳିପାଳ ରେ ନିୟୋଜିତ ଥୁବା ଫାୟାର୍ ସ୍କ୍ୱାର୍ଡ, ନିଆଁ ଲିଭା ପ୍ରତିରୋଧ ସହକାରୀ ଅଧିକାରୀ, ଏବଂ ଅନ୍ୟ କେତେକ ବନ କର୍ମଚାରୀ ମାନଙ୍କୁ ମଧ୍ୟ ବିଭାଗ ପକ୍ଷରୁ ତାଲିମ୍ ଦିଆଯାଉଛି। ଏ ପରିପ୍ରେକ୍ଷୀରେ ଶନିବାର ଶିମିଳିପାଳର ଚହଲା ଠାରେ ଫାୟାର ସ୍କ୍ୱାର୍ଡ ପକ୍ଷରୁ ନିଆଁ ଲିଭା ମେସିନ୍ ସହାୟତା ରେ କେତେକ ଡେମୋ ପ୍ରଦର୍ଶିତ କରା ଯାଇଥିଲା। ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଏସି ଏଫ ବୈଦ୍ୟନାଥ ମାଝୀ, ନିକେଶ୍ ମହାପାତ୍ର, ଯଦୁମଣି କେରକେଟା, ରେଞ୍ଜର ଶୁକୁରା ବିନ୍ଧାଣି, ଫରେଷ୍ଟର ଅର୍ଜୁନ ମହାକୁଡ଼ ପ୍ରମୂଖ ଉପସ୍ଥିତ ଥିଲେ |

ମୟୁରଭଞ୍ଜ ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡା ଙ୍କ ରିପୋର୍ଟ

Leave A Reply

Your email address will not be published.