ରାଉରକେଲା : ‘କାନଭାସ୍’ ସଙ୍ଗଠନ ପକ୍ଷରୁ ମିନି ମାରାଥନ ଅୟୋଜିତ।। ରାଉରକେଲା ଦିବସ ପାଳନ ପରିପ୍ରେକ୍ଷୀରେ ଅୟୋଜନ।

0 395

ରାଉରକେଲା : ୩/୩ (ସତ୍ୟାନ୍ୟୁଜ) ରାଉରକେଲା ଦିବସ ପାଳନ ପରିପ୍ରେକ୍ଷୀରେ ଆଜି ‘କାନଭାସ୍’ ସଂଗଠନ ପକ୍ଷରୁ ଏକ ମିନି ମାରାଥନର ଅୟୋଜନ କରା ଯାଇଥିଲା। ୨ ନମ୍ବର ସେକ୍ଟର ବିଜୁ ପଟ୍ଟନାୟକ ଛକରୁ ଏହି ମାରାଥନ ଆରମ୍ଭ କରାଯାଇ ଆମ୍ବଗାନ ଛକରେ ଶେଷ ହୋଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ , ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ , ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ପ୍ରମୁଖ ସବୁଜ ପତାକା ହଲାଇ ମାରାଥନର ଶୁଭାରମ୍ଭ କରିଥିଲେ। ଏହି ଗଣ ଦୌଡ଼ରେ ସହରର ବହୁ ଛାତ୍ର ଏବଂ ଯୁବ ବର୍ଗ ଭାଗ ନେଇଥିଲେ।
ଆଜି ମାରାଥନ କରା ଯାଇଥିଲେ ମଧ୍ୟ ରାଉରକେଲା ଦିବସର ବିଭିନ୍ନ କାର୍ଯ୍ୟକ୍ରମ ମାର୍ଚ୍ଚ ୨୩ ତାରିଖରେ ପାଳନ କରାଯିବ। କେତେକ ଅନିବାର୍ଯ୍ୟ କାରଣ ବଶତଃ ଆୟୋଜକ କାନଭାସ୍ ଅନୁଷ୍ଠାନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ କାନ୍‌ଭାସ୍‌ ପକ୍ଷରୁ ରାଉରକେଲା ଦିବସ ପାଳନ ପାଇଁ ନିକଟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇ ଥିଲା। ବୈଠକ ପରେ ପ୍ରସ୍ତୁତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ମାଟ୍ରିକ୍‌ ଏବଂ ଅନ୍ୟାନ୍ୟ ପରୀକ୍ଷା ଥିବାରୁ ଏହି ଦିବସ ପାଳନ ୩ ତାରିଖ ବଦଳରେ ୨୩ ତାରିଖରେ ପାଳନ ହେବ ବୋଲି କାନ୍‌ଭାସ୍‌ର ଆବାହକ ସୁରେଶ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

Leave A Reply

Your email address will not be published.