ରାଇରଙ୍ଗପୁର : ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ।ରୁଙ୍ଗଟା କମ୍ପାନୀ କାରଖାନା ପ୍ରତିଷ୍ଠା ପାଇଁ ଡକା ଯାଇଥିଲା ଗ୍ରାମସଭା।
ମୟୁରଭଞ୍ଜ : ୩/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ବ୍ଲକ ଆନନ୍ଦପୁର ଠାରେ ରୁଙ୍ଗଟା କମ୍ପାନୀର କାରଖାନା ପ୍ରତିଷ୍ଠା ପାଇଁ ଡକା ଯାଇଥିବା ଗ୍ରାମ ସଭା ପ୍ରବଳ ଗଣ୍ଡଗୋଳ ମଧ୍ୟରେ ଶେଷ ହୋଇଛି। କାରଖାନା ସପକ୍ଷବାଦୀ ଏବଂ ବିପକ୍ଷବାଦୀ ମଧ୍ୟରେ ମାଡ଼ପିଟ ହୋଇ କେତେକ ଗ୍ରାମବସୀ ଆହାତ ହୋଇଥିବା ସୂଚନା ମିଳିଛି। ସଭା ସ୍ଥଳ ଏକ ପ୍ରକାର ରଣ କ୍ଷେତ୍ର ପାଲିଟି ଯାଇଥିଲା। ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତ ର ପଛପଟେ ଥିବା ପଡିଆରେ ପ୍ରଶାସନ ପକ୍ଷରୁ ଗ୍ରାମସଭା ଡକାଯାଇଥିଲା | ଏଥିରେ ଆନନ୍ଦପୁର , କଣ୍ଟାବଣି, ଦୁବୁଲାବେଡା, ଦାଣ୍ଡବୋଷ, ପୁରୁଣାପାଣି ତଥା ବିଭିନ୍ନ ଗାଁର ଅଧିବାସୀମାନେ ଯୋଗ ଦେଇଥିଲେ। ଏହି ସଭାରେ ରାଇରଙ୍ଗପୁର ବିଡିଓ, ତହସିଲଦାର, ସରପଞ୍ଚ ଉପଖଣ୍ଡ ଥାନାଅଧିକାରୀ ଓ ରାଇରଙ୍ଗପୁର ଟାଉନଥାନାର ଅଧିକାରୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। କାରଖାନା କରାଇ ନଦେବାକୁ କେତେକ ଲୋକ ପାଟି ତୁଣ୍ଡ କରିବାରୁ ଗଣ୍ଡଗୋଳ ହୋଇଥିଲା। ଶେଷରେ ଗଣ୍ଡଗୋଳ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ମାଡ଼ପିଟରେ ପରିବର୍ତ୍ତିତ ହୋଇଥିଲା। ପୋଲିସ ହସ୍ତକ୍ଷେପ କରି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିଥିଲା। କାରଖାନା ହେଲେ ସ୍ଥାନୀୟ ଲୋକ ମାନେ ନିଯୁକ୍ତି ପାଇ ପାରିବେ ବୋଲି ସପକ୍ଷବାଦୀ ମାନେ ଦୃଢ଼ ଯୁକ୍ତି କରିଥିଲେ। ପରେ ପ୍ରଶାସନ ତରଫରୁ ଗ୍ରାମସଭା କୁ ସ୍ଥଗିତ କରାଯାଇଥିବା ସୂଚନା ମିଳିଛି।
ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ