ବିରମିତ୍ରପୁର : ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ।। ସ୍ୱସ୍ତି ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ।
ବିରମିତ୍ରପୁର : ୨୬/୨ (ସତ୍ୟାନ୍ୟୁଜ) ରାଉରକେଲା ସ୍ୱସ୍ତି ସାହିତ୍ୟ ସଂସଦର ୪୩ତମ ବାର୍ଷିକ ଉତ୍ସବ କବିତାୟନ ବିରମିତ୍ରପୁରରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ବିରମିତ୍ରପୁର ଭଳି ଉପାନ୍ତ ଅଞ୍ଚଳରେ ସଂସ୍ଥା ପକ୍ଷରୁ ଏହାର ଅୟୋଜନ କରା ଯାଇଥିଲା। ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର ପାଇଁ ଏପରି କାର୍ଯ୍ୟକ୍ରମର ଅୟୋଜନ ନିହାତି ଆବଶ୍ୟକ ବୋଲି ଜର୍ଜ କହିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଳାରୁ କବି , କବିୟତ୍ରୀ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ କବିତାପାଠ କରିଥିଲେ। ବିରମିତ୍ରପୁରରେ ଉତ୍କଳ ସମ୍ମିଳନୀର ଏକ ଶାଖା କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆ ଯାଇଥିଲା।