ବିରମିତ୍ରପୁର : ୨୬/୨ (ସତ୍ୟାନ୍ୟୁଜ) ପୁଣି ଆରମ୍ଭ ହେଲା ହେଲମେଟ୍ ଚେକିଂ। ବିଶେଷକରି ହାଇୱେ ରେ ଦୁର୍ଘଟଣା ଜନିତ କ୍ଷୟକ୍ଷତି ରୋକିବା ଉଦ୍ଦେଶ୍ୟରେ ବିରମିତ୍ରପୁର ପୋଲିସ ପକ୍ଷରୁ ଏହି ଯାଞ୍ଚ କରାଯାଉଛି। ଆଗକୁ ହେଲମେଟ୍ ସହ ଗାଡି କାଗଜ ପତ୍ର ମଧ୍ୟ ଯାଞ୍ଚ କରାଯିବ। ପ୍ରଥମ ଦିନରେ ୧୪୩ ନମ୍ବର ଜାତୀୟ ରାଜପଥରେ ଯାଞ୍ଚ କରାଯାଇ ମୋଟର ଯାନ ଆଇନ ଉଲଂଘନ କରୁଥିବା ୨୦ ଜଣ ବାଇକ ଆରୋହୀଙ୍କୁ ଜରିମାନା କରଯାଇଥିଲା। ଆଗକୁ ନିର୍ବାଚନ ଆସୁଥିବାରୁ । ଏହି ଯାଞ୍ଚକୁ ଆହୁରି କଡାକଡି କରାଯିବା ନେଇ ସୂଚନା ମିଳିଛି।