ମୟୁରଭଞ୍ଜ : ୧୩ ହଜାର ବେଆଇନ ଅଫିମ ଗଛ ପୋଡି ନଷ୍ଟ କଲେ କରଞ୍ଜିଆ ପୋଲିସ।। ନଷ୍ଟ କରାଯାଇଥିବା ଗଛର ମୂଲ୍ୟ ୨୬ ଲକ୍ଷ ଟଙ୍କା ନେଇ ପୋଲିସର ସୂଚନା।

0 435

ମୟୁରଭଞ୍ଜ : ୨୫/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଲା ଯସୀପୁର ଥାନା ଅନ୍ତର୍ଗତ ଠାକୁରଗୁଡା ଗ୍ରାମରେ ପୋଲିସ ଚଢ଼ାଉ କରି ୧୩ ହଜାର ଅଫିମ ଗଛ ନଷ୍ଟ କରିଦେଇଛି। ୨୮ ଡେସିମିଲ ଜାଗାରେ ବେଆଇନ ଭାବେ ଏହି ଅଫିମ ଚାଷ ହୋଇଥିଲା। ନଷ୍ଟ କରାଯାଇଥିବା ଅଫିମ ଗଛର ମୂଲ୍ୟ ୨୫ ଲକ୍ଷ ଉର୍ଦ୍ଧ୍ବ ହେବା ନେଇ ଆକଳନ କରାଯାଇଛି। ବେଆଇନ ଅଫିମ ଚାଷ ହେଇଥିବା ସୂଚନା ପାଇ କାରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ପୋଲିସ ଟିମ୍ ପହଞ୍ଚି ଅଫିମ ଗଛ ଉପାଡି ଦେବାପରେ ନିଆଁ ଲଗାଇ ନଷ୍ଟ କରିଦେଇଥିଲେ।

କିଛିଦିନ ପୂର୍ବରୁ ପେଟ୍ରୋଲିଙ୍ଗ ସମୟରେ ପୋଲିସ ଗୋଟିଏ କାରରୁ ଲକ୍ଷାଧିକ ଟଙ୍କାର ଗଂଜେଇ ଜବତ କରିଥିଲେ।
କିଛି ଦିନ ବ୍ୟବଧାନ ରେ ପୁଣି ଏକ ଫରଚୁନର କାର ସହିତ ପ୍ରାୟ ୩୬୦ କିଲୋ ଗଂଜେଇ ଜବତ କରିଥିଲେ।

ଆଜି ପୁଣି ଜସିପୁର ପୋଲିସ ମୟୁରଭଞ୍ଜ ଜିଲ୍ଲାଅନ୍ତର୍ଗତ ଠାକୁରଗୁଡା
ଗ୍ରାମ ରେ ଚଢ଼ାଉ କରି ୨୮ ଡେସିମିଲ ଜାଗା ରେ ଚାଷ ହୋଇଥିବା ବେଆଇନ ଅଫିମ ଗଛ କୁ ଜବତ କରି ନଷ୍ଟ କରି ଦେଇଛନ୍ତି l ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ସହ ଏହି ଚଢ଼ାଉରେ ଯଶିପୁର ଥାନା ଅଧିକାରୀ ସଂଯୁକ୍ତା ମହାଳିକ ଏବଂ ବନବିଭାଗ, ଅବକାରୀ ବିଭାଗ, କୃଷି ବିଭାଗ ର ମିଳିତ ଟିମ ଚଢ଼ାଉ ରେ ସାମିଲ ଥିବାବେଳେ ମାଜିଷ୍ଟ୍ରେଟ ଭାବେ ତହସିଲଦାର କ୍ରିସେନସିଆ ତୀର୍କୀ ସାମିଲ ଥିଲେ। ଏହି ଚଢ଼ାଉ ରେ ୧୩ ହଜାର ଅଫିମ ଗଛକୁ ନଷ୍ଟ କରାଯାଇଛି।

ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.