ରାଉରକେଲା : ୨୩/୨ (ସତ୍ୟାନ୍ୟୁଜ) ଏଏଫଆଇଏଚ ହକି ପ୍ରୋ ଲିଗ ପାଇଁ ରାଉରକେଲା ଆସିଥିବା ନେଦରଲ୍ୟାଣ୍ଡ ଦଳର ଖେଳାଳି ମାନେ ଆଜି ରାଉରକେଲା ସହର ବୁଲି ଦେଖିଛନ୍ତି I ଆଜି ଦିନ ୧୧ଟା ସମୟରେ ଖେଳାଳି ମାନେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସ୍ଥିତ ୱାଲଡ଼ କପ ଭିଲେଜରୁ ବାହାରି ପ୍ଲୁଟନ ମଲ, ବାସନ୍ତୀ ସରୋବର, ସେକ୍ଟର ୫ ସ୍ଥିତ ବଜୁ ପଟ୍ଟନାୟକ ହକି ଷ୍ଟାଡିୟମ ବୁଲି ଦେଖିଛନ୍ତି I
ପ୍ଲୁଟନ ମଲରେ ଖେଳାଳି ମାନେ ଗେମ ଜୋନକୁ ଯାଇ ବିଭିନ୍ନ ଖେଳର ମଜା ନେଇଥିଲେ I ଏଥିସହ ବାସନ୍ତୀ ସରୋବର ବୁଲିବା ସହ ୱାଟର ସ୍ପୋର୍ଟ୍ସର ମଜା ନେଇଥିଲେ I ଶେଷରେ ଖେଳାଳି ମାନେ ସେକ୍ଟର ୫ ସ୍ଥିତ ବଜୁ ପଟ୍ଟନାୟକ ହକି ଷ୍ଟାଡିୟମ ବୁଲି ଦେଖିବା ସହ ସେଠାରେ ପ୍ରଶିକ୍ଷଣ ନେଉଥିବା ଯୁବ ଖେଳାଳି ମାନଙ୍କୁ ହକି ଖେଳର ବିଭିନ୍ନ କୌଶଳ ଶିଖାଇଥିଲେ ଏବଂ ତାଙ୍କ ସହ ଫୋଟୋ ଉଠାଇଥିଲେ I
ଖେଳାଳି ମାନଙ୍କ ମଧ୍ୟରେ – ଜାସପର ବ୍ରିଙ୍କମାନ, ଫ୍ଲୋରିସ ବୋରଟେଲବୋର, ଗୁସ ଜନସନ, ସେଭେ ଭାନ ଆସ, ଟିଜେମେନ ରିଜେଙ୍ଗା ରହିଥିଲୋ