ମୟୁରଭଞ୍ଜ : ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଗୁରୁ ପୂଜନ ଉତ୍ସବ ପାଳିତ।। ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକମାନେ ଦେଲେ ଶ୍ରଦ୍ଧାଞ୍ଜଳି।
ମୟୁରଭଞ୍ଜ : ୨୩/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ପ୍ରତିବର୍ଷ ପରି ଚଳିତ ବର୍ଷ ବାମନଘାଟୀ ଉପଖଣ୍ଡ ଦାଣ୍ଡବୋଷ ଗ୍ରାମରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଗୁରୁ ପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଓଡିଶା, ବିହାର, ଝାଡଖଣ୍ଡ , ପଶ୍ଚିମବଙ୍ଗ ତଥା ଅନ୍ୟ ସ୍ଥାନରୁ ଆସିଥିବା ଆଦିବାସୀ ସଂପ୍ରଦାୟ ଲୋକେ ତାଙ୍କ ଜନ୍ମଭୂମିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ | ପରେ ସାଧାରଣ ଲୋକେ ପଣ୍ଡିତଜୀଙ୍କ ସମାଧିକ୍ଷେତ୍ରରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପ୍ରସାଦ ସମର୍ପଣ କରିଥିଲେ | ସେଠାରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପ୍ରାର୍ଥନା କରି ଗୁରୁକୃପା ଲାଭ କରିଥିଲେ | ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଏଠାରେ ପୂଜାର୍ଚ୍ଚନା କଲେ ଲୋକମାନଙ୍କର ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ପଣ୍ଡିତ ରଘୁନାଥ ମୁର୍ମୁ ଆଦିବାସୀ ସମାଜରେ ଦେବ ଓ ଗୁରୁ ତୁଲ୍ୟ ମଣିଷ ଭାବେ ପୂଜନୀୟ ଥିଲେ।
ଆଜିର ପବିତ୍ର ଦିନରେ ତାଙ୍କର କୃତିତ୍ବ ଭାବେ ଅଲଚିକି ଲିପିକୁ ପ୍ରାଥମିକ ସ୍ତରରୁ ଆରମ୍ଭ କରି ମହାବିଦ୍ୟାଳୟ ସ୍ତରରେ ପାଠପଢା ହେବା ପାଇଁ ତାଙ୍କ ପରିବାର ଲୋକେ ଦାବି କରିଥିଲେ। ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ତାଙ୍କର ନାତି ଚୁନେନ ରଘୁନ ମୁର୍ମୁ , ଭୀମୱାର ମୁର୍ମୁ , ସମ୍ପକୀୟ ଲୋକେ ତଥା ଦୂରଦୁରାନ୍ତର ରୁ ଆଦିବାସୀ ସମ୍ପ୍ରଦାୟ ଲୋକେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ |
ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ