ମୟୁରଭଞ୍ଜ : ରାଇରଙ୍ଗପୁର ଅବକାରୀ ବିଭାଗ ଜବତ କଲେ ବିପୁଳ ପରିମାଣର ଦେଶୀ ମଦ।। ୩ମହିଳାଙ୍କ ସମେତ ୫ ଗିରଫଂ

0 400

ମୟୁରଭଞ୍ଜ : ୨୩/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଅଟୋ ରେ ଦେଶୀ ମଦ ଚାଲାଣ ହେଉଥିବା ବେଳେ ରାଇରଙ୍ଗପୁର ଅବକାରୀ ବିଭାଗ ବିପୁଳ ପରିମାଣର ମଦ ଜବତ କରିଛି। ମଦ ନେଇ ଯାଉଥିବା ଅଟୋ କୁ ଜବତ କରିବା ସହ ୩ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଏହା ସହ ଅନ୍ୟ ଜଣେ ଅଭିଯୁକ୍ତ ଏବଂ ଅଟୋ ଡ୍ରାଇଭରକୁ ମଧ୍ୟ ଗିରଫ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧ୍ୟିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତଥା ରାଇରଙ୍ଗପୁର ଅବକାରୀ ଇନିସପେକ୍ଟର ବିନୟ ପ୍ରକାଶ ତିର୍କୀଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇଥିଲା। ଅବକାରୀ ପୁଲିସ ଦିଲ୍ଲୀପ କୁମାର ଜେନା, ଅରୁଣ କୁମାର ମୁଦୁଲି, ବିପ୍ଲବ ମଲ୍ଲିକ ଓ ପ୍ରିୟଙ୍କା ମହାନ୍ତ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ।
ଏନେଇ ରାଇରଙ୍ଗପୁର ଅବକାରୀ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.