ରାଉରକେଲା : ରାଜ୍ୟ ଟେନିସ୍ ପ୍ରତିଯୋଗିତା ଉଦଘାଟିତ।। ଟୁର୍ଣ୍ଣାମେଣ୍ଟ କୁ ଅୟୋଜନ କରିଛି ରାଉରକେଲା ଟେନିସ୍ ଆସୋସିଏସନ।
ରାଉରକେଲା : ୨୩/୨ (ସତ୍ୟାନ୍ୟୁଜ) ରାଉରକେଲାରେ ଉଦଘାଟିତ ହୋଇଯାଇଛି ରାଜ୍ୟ ଟେନିସ୍ ପ୍ରତିଯୋଗିତା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ବର୍ଗରେ ୫୦ ରୁ ଉର୍ଦ୍ଧ୍ବ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଛନ୍ତି। ମୁଖ୍ୟତଃ ୩୫ , ୪୫ ଏବଂ ୫୫ ବର୍ଷରୁ ଉର୍ଦ୍ଧ୍ବ ୩ଟି ବର୍ଗରେ ଏହି ଖେଳ ହେଉଛି। ଟେନିସ୍ ଖେଳକୁ ଉତ୍ସାହିତ କରିବା ଲାଗି ରାଉରକେଲା ଟେନିସ୍ ଆସୋସିଏସନ ଏହି ଟୁର୍ଣ୍ଣାମେଣ୍ଟର ଅୟୋଜନ କରିଥାଏ। ଶୁକ୍ରବାର ଦିନ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତି ଶେଖର ଉଦଘାଟନ କରିଥିଲେ। ରାଉରକେଲା ଟେନିସ୍ ଆସୋସିଏସନ ର ସମ୍ପାଦକ ପ୍ରକାଶ ସେନାପତିଙ୍କ ସମେତ ସଙ୍ଘର ବହୁ ସଦସ୍ୟ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।