ରାଉରକେଲା : ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ରାଜ୍ୟ କ୍ରୀଡା ଛାତ୍ରାବାସ ପରିଦର୍ଶନ।। ପିଲାଙ୍କ ସହ ବସି ଜଳଖିଆ ଖାଇଲେ।

0 306

ରାଉରକେଲା : ୨୨/୨ (ସତ୍ୟାନ୍ୟୁଜ) ରାଜ୍ୟ ସରକାରଙ୍କ ଫାଇଭ ଟି ଚେୟାରମ୍ୟାନ ଭି କେ ପଣ୍ଡିଆନ ଏବଂ କ୍ରୀଡା ସଚିବ ଆର ଭିନିଲକ୍ରିଷ୍ଣା ଆଜି ପନପୋଷ ସ୍ଥିତ ରାଜ୍ୟ କ୍ରୀଡା ଛାତ୍ରାବାସ ପରିଦର୍ଶନ କରିଥିଲେ। ଆଜି ସକାଳେ କ୍ରୀଡା ଛାତ୍ରାବାସରେ ପହଞ୍ଚିବା ପରେ ସେଠାକାର ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ସହ ଶ୍ରୀ ପଣ୍ଡିଆନ ବର୍ତ୍ତାଳାପ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ବୁଝି ଥିଲେ। ଛାତ୍ରାବାସର ଅନ୍ତେବାସୀଙ୍କ ସହ ଜଳଖିଆ ମଧ୍ୟ ଖାଇଥିଲେ। ରାଜ୍ୟ କ୍ରୀଡ଼ା ଛାତ୍ରାବାସ ରୁ ଭଲ ପ୍ରଶିକ୍ଷଣ ନେଇ ଅଧିକରୁ ଅଧିକ ଖେଳାଳୀ ଭରତୀୟ ହକି ଦଳରେ ସାମିଲ ହେବା ନେଇ ମୁଖ୍ୟମନ୍ତ୍ରୀ ଚାହାନ୍ତି ବୋଲି ଶ୍ରୀ ପଣ୍ଡିଆନ ପିଲା ମାନଙ୍କୁ କହିଥିଲେ। ଏଥିପାଇଁ କ୍ରୀଡାବିତ ମାନେ ଅଧିକ ପରିଶ୍ରମ ଜାରି ରଖି ଭଲ ଖେଳିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ହକି ପ୍ରଶିକ୍ଷଣ ପାଇଁ କୌଣସି ଅସୁବିଧା ଥିଲେ ତାଙ୍କ ନଜରକୁ ତୁରନ୍ତ ଆଣିବାକୁ ପଣ୍ଡିଆନ ଛାତ୍ରାବାସର ଅନ୍ତେବାସୀଙ୍କୁ କହିଥିଲେ। ପଣ୍ଡିଆନ ଏବଂ କ୍ରୀଡା ସଚିବଙ୍କ ଏହି ଗସ୍ତ ସମୟରେ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମଧ୍ୟ ସାମିଲ ଥିଲେ ।

Leave A Reply

Your email address will not be published.