ରାଜଗାଙ୍ଗପୁର : ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରା ମାଡ଼ କରି ୨ଲକ୍ଷ ଟଙ୍କା ଲୁଟ୍।। ଗୁରୁତର କର୍ମଚାରୀଙ୍କୁ ଆଇଜିଏଚ ପଠାଗଲା।
ସୁନ୍ଦରଗଡ : ୨୨/୨ (ସତ୍ୟାନ୍ୟୁଜ) ଦିନ ଦ୍ବିପ୍ରହରେ ଛୁରା ମାଡ କରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍। ଛୁରା ମାଡରେ ଗୁରୁତର କର୍ମଚାରୀ ଙ୍କୁ ଚିକିତ୍ସା ପାଇଁ ରାଉରକେଲା ଆଇଜିଏଚ ପଠାଗଲା। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଜାମପାଲି ବାଇ ପାସ୍ ନିକଟରେ। ଆଜି ଦିନ ୧୧ଟାରେ ରାୟ ଫିଲିଙ୍ଗ ଷ୍ଟେସନର କର୍ମଚାରୀ ଅନୀଲ କୁମାର ତିୱାରୀ ଏକ ମଟର ସାଇକେଲ ଯୋଗେ ୨ଲକ୍ଷ ଟଙ୍କା ଜମା କରିବାକୁ ବ୍ୟାଙ୍କ ଯାଉ ଥିଲେ। ଏହି ସମୟରେ ଜାମପାଲି ବାଇପାସ ରେ ଥିବା ଏମଆର ଉଦ୍ୟୋଗ ରାସ୍ତାରେ ଏକ ପଲସର ମଟର ସାଇକେଲ ରେ ହେଲମେଟ ପିନ୍ଧି ତିନି ଜଣ ଦୁର୍ବୁତ୍ତ ଆସି ତାଙ୍କୁ ଅଟକାଇ ଥିଲେ। ତିନି ଜଣ ଦ୍ରୁବୃତ୍ତ ହଠାତ ତାଙ୍କୁ ଛୁରୀରେ ଆକ୍ରମଣ କରି ଟଙ୍କା ବ୍ୟାଗ ଲୁଟି ନେଇଥିଲେ । ଦ୍ରୁବୃତ୍ତଙ୍କ ଆକ୍ରମଣରେ ପେଟ୍ରୋଲ ପମ୍ପ କର୍ମଚାରୀ ଅନୀଲ ଗୁରୁତର ଆହତ ହୋଇଥିଲେ। ରାଜଗାଙ୍ଗପୁର ହସ୍ପିଟାଲରେ କର୍ମଚାରୀଙ୍କ ପ୍ରଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା ଆଇଜିଏଚ କୁ ସ୍ଥାନାନ୍ତରିତ କରାଯାଇଛି ପୁଲିସ ଘଟଣା ର ଯାଞ୍ଚ କରୁଛି ।